ଜ୍ୟୋତିଷ

ଜ୍ୟୋତିଷଶାସ୍ତ୍ର ଅନୁସାରେ ଅପମାନ ଯୋଗ କ’ଣ ହୋଇଥାଏ? ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଉପାୟ

ବ୍ୟୁରୋ ରିପୋର୍ଟ: ଭାଗ୍ୟ ଆଉ ଭଗବାନଙ୍କ ସହ ଜ୍ୟୋଷିତ ଶାସ୍ତ୍ରରେ ମଧ୍ୟ ବିଶ୍ୱାସ ରଖିଥାନ୍ତି ସମସ୍ତେ । ତେବେ ଭାଗ୍ୟ କ’ଣ ମନୁଷ୍ୟକୁ ରାଜଭୋଗ କିମ୍ବା ଭିକାରୀ କରିଥାଏ? ଭାଗ୍ୟ କ’ଣ ନିନ୍ଦା ପାଇବାର କାରଣ ହୋଇଥାଏ? ଜନ୍ମ କୁଣ୍ଡଳୀ ଦ୍ୱାରା କ’ଣ ଜଣେ ଅପମାନିତ ହୋଇଥାଇପାରେ? ତେବେ ଚାଲନ୍ତୁ ଜାଣିବା ଏନେଇ କ’ଣ କହୁଛି ଜ୍ୟୋତିଷଶାସ୍ତ୍ର ।
କେବେ କେବେ କାହାର କୁଣ୍ଡଳୀ ତଥା ଭାଗ୍ୟରେ ଅପମାନ ଯୋଗ ରହିଥାଏ । ଜନ୍ମ କୁଣ୍ଡଳୀର ଚତୁର୍ଥ, ସପ୍ତମ ଏବଂ ଦଶମ ଭାଗରେ ବ୍ୟକ୍ତିର ନାମ ଏବଂ ସମ୍ମାନର ସ୍ଥିତି ଦେଖାଯାଇଥାଏ । ବେଳେ ବେଳେ ମଧ୍ୟ ଦ୍ୱାଦଶ ଭାଗରେ ବି ଏହି ନାମ ବା ଯଶ ଦେଖିବାକୁ ମିଳିଥାଏ । ମୁଖ୍ୟତଃ ଚନ୍ଦ୍ର ଏବଂ ଶୁକ୍ର ସମ୍ମାନ ପ୍ରଦାନକାରୀ ଗ୍ରହ ଭାବେ ଜଣାଯାଇଥାନ୍ତି । ହସ୍ତରେଖା ବିଜ୍ଞାନ ଅନୁସାରେ, ସୂର୍ଯ୍ୟକୁ ଯଶ ତଥା ସମ୍ମାନର ଗ୍ରହ କୁହାଯାଇଥାଏ । ତୃତୀୟ, ଷଷ୍ଠ ଏବଂ ଦ୍ୱାଦଶ ଭାଗ ଅପକିର୍ତ୍ତୀ ତଥା ନିନ୍ଦାର ପ୍ରମୁଖ ଭାଗ ହୋଇଥାଏ, ଯେତେବେଳେ କି ଶନି, ରାହୁ ଏବଂ ଚନ୍ଦ୍ର ନିନ୍ଦା ଓ ଅପମାନର ପ୍ରମୁଖ ରାଶି ଅଟନ୍ତି । ବେଳେ ବେଳେ ମଧ୍ୟ ଏମାନଙ୍କ ସହ ଅବସ୍ଥାନ ଦ୍ୱାରା ନିନ୍ଦା ଯୋଗ ଉତ୍ପନ୍ନ ହୋଇଯାଇଥାଏ ।

sunrise

ବ୍ୟକ୍ତିକୁ କେତେବେଳେ ମିଳିଥାଏ ଅପମାନ?
ଯେତେବେଳେ ଜଣେ ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ ଯୋଗରେ ରହିଥାନ୍ତିା
କୁଣ୍ଡଳୀର ଅଷ୍ଟମ କିମ୍ବା ଦ୍ୱାଦଶ ଭାଗ ଶୁଭ ହୋଇନଥାଏ ।
ଶୁକ୍ର କିମ୍ବା ଚନ୍ଦ୍ର ନୀଚ ରାଶିରେ ଥାଆନ୍ତି ।
ସୂର୍ଯ୍ୟ ରେଖା ଛିଣ୍ଡିଲା ପରି ଅଥବା ସୂର୍ଯ୍ୟ ଉପରେ ତିଳ କିମ୍ବା ବଳୟ ହୋଇଥାଏ ।
ଅଥବା ଅନ୍ଧାର ଘରେ ରହୁଥିବା ଲୋକମାନଙ୍କୁ ନିନ୍ଦା ତଥା ଅପମାନର ଯୋଗ ହୋଇଥାଏ ।

ନିନ୍ଦା ତଥା ଅପମାନରୁ ବଞ୍ଚିବା ପାଇଁ କ’ଣ କରିବା ଉଚିତ୍?
ପ୍ରତି ମଙ୍ଗଳବାର ହନୁମାନ ମନ୍ଦିରରେ ପ୍ରଭୁ ବଜରଙ୍ଗବାଲିଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ।
ପ୍ରତିଦିନ ସକାଳୁ ଶିବ ତାଣ୍ଡବ ସ୍ତୋତ୍ର ପାଠ କରନ୍ତୁ ।
ତମ୍ବାରେ ନିର୍ମିତ ଏକ ସୂର୍ଯ୍ୟ ଲକେଟକୁ ଲାଲ ରଙ୍ଗର କପଡାରେ ବାନ୍ଧି ବେକରେ ଧାରଣ କରନ୍ତୁ ।
ପ୍ରତି ଅମାବାସ୍ୟାରେ ଚାଉଳ, ଡାଲି, ଅଟା ଏବଂ ପନିପରିବା ଦାନ କରନ୍ତୁ ।
ଏବଂ ଶୋଇବା ସମୟରେ ମୁଣ୍ଡ ପୂର୍ବଦିଗକୁ କରି ଶୁଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button