ଖେଳ ଖବର

ଆଇପିଏଲ୍‌ ପୂର୍ବରୁ ଦଳର ନାମ ଓ ଲୋଗୋ ବଦଳାଇଲା ଆର୍‌ସିବି – Kalinga News

[ad_1]

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ଆରସିବି ସହରର ବର୍ତ୍ତମାନର ନାମକୁ ଦୃଷ୍ଟିରେ ରଖି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ନାମ ପରିବର୍ତ୍ତନ କରିଛି।

ଆଇପିଏଲ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜର ନାଁ ପରିବର୍ତ୍ତନ କରିଛି । ଅଧିନାୟକ ଫାପ୍ ଡୁ ପ୍ଲେସିସ, ବିରାଟ କୋହଲି ଓ ସ୍ମୃତି ମାନ୍ଧନା ଆରସିବିର ନୂଆ ନାଁ, ଲୋଗୋ ଓ ଜର୍ସିର ଉନ୍ମୋଚନ କରିଛନ୍ତି । ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରହିବ ଡୁ ପ୍ଲେସିସଙ୍କ ଦଳର ନାଁ ।

ଆଇପିଏଲରେ ନାଁ ବଦଳାଥିବା ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଆରସିବି ୩ ନମ୍ବର ଦଳ ଭାବେ ଉଭା ହୋଇଛି । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟ ନିଜ ଦଳର ନାଁ ବଦଳାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ପୁରୁଣା ନାଁ ଦିଲ୍ଲୀ ଡେୟାର ଡେଭିଲ୍ସ ଥିବା ବେଳେ ପଞ୍ଜାବ କିଙ୍ଗସର ନାଁ ପୂର୍ବରୁ କିଙ୍ଗସ ଏକାଦଶ ପଞ୍ଜାବ ଥିଲା । ତେବେ ଆଇପିଏଲ ଆରମ୍ଭ ପୂର୍ବରୁ ନାଁ ବଦଳାଇବା ଆରସିବି ପାଇଁ କେତେ ଲାଭଦାୟକ ହେଉଛି ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button