ଭେଣ୍ଟିଲେଟରରେ ଥିବା ଅଭିନେତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର – Kalinga News

[ad_1]
ନୂଆଦିଲ୍ଲୀ: ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ତାମିଲ-ମଲୟାଲମ ଅଭିନେତ୍ରୀ ଅରୁନ୍ଧତୀ ନାୟର। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଇ ତାଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି ଅରୁନ୍ଧତୀଙ୍କ ବନ୍ଧୁ ତଥା ଅଭିନେତ୍ରୀ ରେମ୍ୟା ଜୋସେଫ।

Sambad is now on WhatsApp
Join and get latest news updates delivered to you via WhatsApp
“ଅରୁନ୍ଧତୀ ମୁଖ୍ୟ ଅଭିନେତ୍ରୀ ଭାବରେ ତାମିଲରେ ୫ଟି ଚଳଚ୍ଚିତ୍ର କରିଛନ୍ତି। ସେ ଏତେ ଗୁରୁତର ଆହତ ହୋଇଛନ୍ତି ଯେ ଗତକାଲି ପର୍ଯ୍ୟନ୍ତ ଡାକ୍ତରମାନେ ସନ୍ଦେହ କରୁଥିଲେ କି ତାଙ୍କର ‘ବ୍ରେନ୍ ଡେଡ୍’ ହୋଇଥାଇ ପାରେ। ଏ ଖବର ପ୍ରଚାର ହେବା ପରେ ବି ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କେହି ତାଙ୍କ ପରିବାର ସହ ଯୋଗାଯୋଗ କଲେ ନାହିଁ। ମୁଁ ଜାଣିଛି ଏହା ବାଧ୍ୟତାମୂଳକ ନୁହେଁ। ସହାୟତା ତ ଦୂରର କଥା କିନ୍ତୁ ଏହା ଭଲ ହୋଇଥାନ୍ତା ଯଦି କେହି ଫୋନ୍ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିଥାନ୍ତେ। ଅରୁନ୍ଧତୀ ଏକାକୀ ତାଙ୍କ ପରିବାର ଚଳାଉଥିଲେ। ଏବେ ତାଙ୍କର ଏଭଳି ଅବସ୍ଥା ହେବା ପରେ ପରିବାର ପାଖରେ ଅସ୍ତ୍ରୋପଚାର ପାଇଁ ଟଙ୍କା ନାହିଁ। ତେଣୁ ସେମାନେ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି।”
ମିଳିଥିବା ସୂଚନା ମୁତାବକ, ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ନିଜ ଭାଇଙ୍କ ସହ ବାଇକ୍ ଯୋଗେ ଘରକୁ ଫେରୁଥିଲେ ଅରୁନ୍ଧତୀ। ଏହି ସମୟରେ ତାଙ୍କର ଦୁର୍ଘଟଣା ହୋଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏବେ ସେ ଗୁରୁତର ଥିବା କୁହାଯାଉଛି।
[ad_2]