ଉତ୍ତରପ୍ରଦେଶରେ ୨ ନାବାଳକଙ୍କୁ ହତ୍ୟା, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ନିହତ – Kalinga News

[ad_1]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବଦାୟୁଁରେ ମଙ୍ଗଳବାର ରାତିରେ ଏକ ଭୟଙ୍କର ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ୨ ଜଣ ନାବାଳକକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ମଣ୍ଡି ସମିତି ଥାନା ଅଧୀନସ୍ଥ ବାବା କଲୋନୀରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ହେଉଛି ଜଣେ ବାରିକ। ତା ନାଁ ସାଜିଦ୍ ଏବଂ ବୟସ ୨୨। ଗତକାଲି ସେ ତା’ ଘର ନିକଟରେ ଜଣଙ୍କ ଘରେ ପଶିଥିଲା ଏବଂ ସେହି ଘରେ ଥିବା ୩ ପିଲାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଶ କରିଥିଲା। ଫଳରେ ଉକ୍ତ ଘଟଣାରେ ୧୨ ଏବଂ ୮ ବର୍ଷର ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟପକ୍ଷେ ଜଣେ ୧୦ ବର୍ଷୀୟ ନାବାଳକ ଆହତ ହୋଇଛନ୍ତି। ତେବେ ଏହି ଘଟଣାର କିଛି ଘଣ୍ଟା ପରେ ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତ ସାଜିଦର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଅଧିକାରୀଙ୍କଠାରୁ ଘଟଣା ସଂପର୍କରେ ଅବଗତ ହୋଇଛନ୍ତି ଏବଂ ଉକ୍ତ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଇତି ମଧ୍ୟରେ ମୃତ ନାବାଳକ ଶିଶୁଙ୍କ ବାପା ଏକ ଏତଲା ରୁଜୁ କରିଛନ୍ତି। ଅଭିଯୁକ୍ତ ହତ୍ୟା କରିଥିବା ପିଲାଙ୍କ ବାପାଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତକୁ ଏନକାଉଣ୍ଟରରେ ନିପାତ କରିବା ସହ ଅଭିଯୁକ୍ତର ବାପା ଏବଂ ଭାଇଙ୍କୁ ଗିରଫ କରି ସେମାନଙ୍କୁ ଜେରା କରୁଛି।
[ad_2]




