ଆମେରିକାରେ ୨ ସପ୍ତାହ ଧରି ନିଖୋଜ ଭାରତୀୟ ଛାତ୍ର, ୧୨୦୦ ଡଲାର ଦେଇ ପୁଅକୁ ସୁରକ୍ଷିତ ଫେରାଇ ନେବାକୁ ପରିବାର ସଦସ୍ୟଙ୍କ ନିକଟକୁ ଆସିଲା ଫୋନକଲ୍ – Kalinga News

[ad_1]
ନୂଆଦିଲ୍ଲୀ : ହାଇଦ୍ରାବାଦର ଜଣେ ୨୫ ବର୍ଷୀୟ ଛାତ୍ର ମାର୍ଚ୍ଚ ୭ ତାରିଖରୁ ଆମେରିକାରେ ନିଖୋଜ ହୋଇଯାଇଛନ୍ତି। ଆମେରିକାର କ୍ଲିଭଲାଣ୍ଡ ୟୁନିଭର୍ସିଟିରେ ଆଇଟି (ଇନଫରମେସନ ଟେକନୋଲୋଜି)ରେ ମାଷ୍ଟର୍ସ ଡିଗ୍ରି କରୁଥିବା ଅବଦୁଲ ମହମ୍ମଦଙ୍କୁ ଗତ ମାର୍ଚ୍ଚ ୭ ତାରିଖରେ ଶେଷ ଥର ଦେଖିବାକୁ ମିଳିଥିଲା। ସେବେଠାରୁ ତାଙ୍କର କିଛି ଖୋଜଖବର ନଥିଲା। ତେବେ ତାଙ୍କ ବାପା ମହମ୍ମଦ ସଲିମ ଗତ ସପ୍ତାହରେ ଏକ ଅଜଣା ନମ୍ବରରୁ ଫୋନ କଲ୍ ପାଇଥିଲେ। କଲ୍ କରିଥିବା ବ୍ୟକ୍ତି ଦାବି କରିଥିଲେ ଯେ ସେମାନେ ଅବଦୁଲଙ୍କୁ ଅପହରଣ କରିନେଇଛନ୍ତି ଏବଂ ତାଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସେମାନେ ୧୨୦୦ ଡଲାର ଦାବି କରିଥିଲେ। ଦାବି ଟଙ୍କା ଦିଆନଗାଲେ ସେମାନେ ଅବଦୁଲଙ୍କ କିଡନି ବିକିଦେବେ ବୋଲି ଧମକ ଦେଇଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ମାର୍ଚ୍ଚ ୭ ତାରିଖରେ ଅବଦୁଲଙ୍କର କିଛି ଖୋଜ ଖବର ନମିଳିବାପରେ ଆମେରିକାରେ ଥିବା ଅବଦୁଲଙ୍କ ସମ୍ପର୍କୀୟ ମାର୍ଚ୍ଚ ୮ ତାରିଖରେ କ୍ଲିଭଲାଣ୍ଡ ପୁଲିସରେ ଅବଦୁଲ ନିଖୋଜ ହୋଇଥିବା ନେଇ ଏତଲା ରୁଜୁ କରିଥିଲେ। ଅବଦୁଲଙ୍କ ପାଇଁ ଲୁକଆଉଟ୍ ନୋଟିସ ଜାରି ହୋଇଥିଲା। ପରିବାର ସଦସ୍ୟ ମଧ୍ୟ ସିକାଗୋ ସ୍ଥିତ ଭାରତୀୟ ଦୂତାବାସରେ ମାର୍ଚ୍ଚ ୧୮ ତାରିଖରେ ପହଞ୍ଚି ସହଯୋଗ ଲୋଡ଼ିଥିଲେ। କ୍ଲିଭଲାଣ୍ଡ ପୁଲିସ ଏବେ ଉକ୍ତ ଘଟଣାର ତଦନ୍ତ କରୁଛି। ଅବଦୁଲଙ୍କ ମା’ ଆବେଦା କହିଛନ୍ତି, ସ ଶେଷଥର ପାଇଁ ମାର୍ଚ୍ଚ ୭ ତାରିଖରେ ତାଙ୍କ ପୁଅ ସହ କଥା ହୋଇଛନ୍ତି।
[ad_2]




