କଣ ଆପଣଙ୍କ ପିଲା ଦୁଷ୍ଟ ହେଉଛନ୍ତି ? ପାଠ ପଢାରେ ମନ ଦେଉ ନାହାଁନ୍ତି ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆଜି କାଲିର ଦୁନିଆରେ ସବୁ କ୍ଷେତ୍ରରେ ପ୍ରତିଯୋଗିତା ରହିଛି ସେ କୌଣସି ଖେଳ କୁଦ ହେଉ କିମ୍ବା ପାଠପଢା କ୍ଷେତ୍ର। ସବୁବେଳେ ମାତା ପିତା ଚାହାନ୍ତି କି ତାଙ୍କ ପିଲା ମାନେ ସବୁ କ୍ଷେତ୍ରରେ ଆଗୁଆ ରୁହନ୍ତୁ ପ୍ରଥମ ସ୍ଥାନ ଅଧିକାର କରନ୍ତୁ ।
ପିଲା ମାନଙ୍କ ଅପେକ୍ଷା ମାତା ପିତା ଅଧିକ ବିବ୍ରତ ଥାନ୍ତି। ଅଧିକ ଚିନ୍ତା କରିଥାନ୍ତି ତେବେ ପିଲା ମାନଙ୍କ ଉପରେ ଅଧିକ ଚାପ ପକେଇବା ଅପେକ୍ଷା କିମ୍ବା ଅଧିକ ଚିନ୍ତା କରିବା ଅପେକ୍ଷା କିପରି ସହଜ ଉପାୟରେ ସେମାନ ଙ୍କୁ ପାଠ ପଢେଇ ପାରିବା ଆସନ୍ତୁ ଜାଣିନେବା। ପ୍ରଥମ ଉପାୟ ଟି ହେଉଛି ଅଭ୍ୟାସ। ଅଭ୍ୟାସ ଦ୍ୱାରା ହିଁ ଜଣେ ମଣିଷ ସଫଳ ହୋଇଥାଏ ।

ତେବେ ପିଲା ମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରି ସେମାନ ଙ୍କୁ ବହି ଧରାଇ ପଢିବା ଏବଂ ମିଠା ମିଠା କଥାରେ ସେମାନଙ୍କ ଠାରୁ ପାଠ ଆଦାୟ କରିବା ଏବଂ ତାଙ୍କୁ ଭଲ ଭଲ କଥା କହିବା । ଏପରି ଭାବରେ ସବୁଦିନ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ପାଠ ପଢେଇବା ଦ୍ୱାରା ତାହା ଅଭ୍ୟାସ ରେ ପରିଣତ ହୋଇଯାଏ ଏବଂ ପାଠ ପଢା ରେ ମନ ମଧ୍ୟ ଲାଗେ।

ଦ୍ଵିତୀୟ ଟି ହେଉଛି ପରିବେଶ। ପିଲାମାନେ ଯେତେବେଳେ ପାଠ ପଢ଼ନ୍ତି ସେତେବେଳେ ତାର ପରିବେଶ ଭଲ ରହିବା ଆବଶ୍ୟକ ଯେଉଁ ସ୍ଥାନରେ ସେ ପଢିବ ସେ ସ୍ଥାନଟି ସଫା ସୁତୁରା ରହିବା ଆବଶ୍ୟକ ଏବଂ ଏହା ଛଡା ଶାନ୍ତ ରହିବା ଆବଶ୍ୟକ। ଏହା ଛଡା ପାଠ ପଢା ସ୍ଥାନରେ ସବୁ ଜିନିଷ ସାଇତି ରଖିବା ମଧ୍ୟ ଆବଶ୍ୟକ ଅଟେ। କୌଣସି ଟିଭି କିମ୍ବା ଅନ୍ୟ ଶବ୍ଦ କରୁଥିବା ଜିନିଷ ରହିବା ଆବଶ୍ୟକ ନୁହେଁ। ଭଲ ପରିବେଶ ହେଲେ ହିଁ ପିଲାର ପାଠ ପଢା ରେ ମନ ଲାଗିବ ଏବଂ ମନ ରହିବ ମଧ୍ୟ।

ତୃତୀୟ ଟି ହେଉଛି ସକରାତ୍ମକ ଭାବନା। ପିଲା ମାନଂକ ମନରେ ସବୁବେଳେ ସକରାତ୍ମକ ଭାବନା ରହିବା ଆବଶ୍ୟକ ଅଟେ । ପିଲାମାନେ ସବୁବେଳେ ଡରି ଯାଇଥାନ୍ତି ତାଙ୍କର ଯଦି କୌଣସି ବିଷୟ ରେ ସେ ଦୁର୍ବଳ ଥାଆନ୍ତି ତେବେ ସେମାନଙ୍କ ଆତ୍ମ ବିଶ୍ୱାସ କମିଯାଏ ଏବଂ ସେମାନେ ସବୁ ସମୟରେ ନକରାତ୍ମକ ଭାବନାରେ ରହିଥାନ୍ତି ଯେପରି ସେମାନେ କିଛି କରି ପାରିବେ ନାହିଁ ସେମାନେ ଫେଲ ହୋଇଯିବେ ତେଣୁ ସେମାନଙ୍କ ମନରେ ସବୁବେଳେ ସକରାତ୍ମକ ଭାବନା ରଖିବା ଆବଶ୍ୟକ ତାଙ୍କ ମନ ବଳ କୁ ଦୃଢ଼ କରେଇବା ଆବଶ୍ୟକ ଅଟେ।

ଚତୁର୍ଥ ରେ ହେଉଛି ଶିକ୍ଷକ ଙ୍କ ପ୍ରତି ଅନୁରାଗ। ପ୍ରାୟତଃ ପିଲା ମାନେ ଯେଉଁ ବିଷୟ କୁ ଭଲ ପାଇଥାନ୍ତି ସେହି ବିଷୟ ର ଶିକ୍ଷକ ଙ୍କୁ ସେମାନେ ଅଧିକ ପସନ୍ଦ କରିଥାନ୍ତି କାରଣ ଯେଉଁ ଶିକ୍ଷକ ତାଙ୍କୁ ଭଲ ଲାଗନ୍ତି ପିଲା ଟି ସେହି ବିଷୟ କୁ ଅଧିକ ସମୟ ଦିଏ। ତେଣୁ ଶିକ୍ଷକ ଙ୍କ ର ମୁଖ୍ୟ କାମ ହେଉଛି ପିଲା ମାନଂକ ମନରେ ନିଜ ପ୍ରତି ଅନୁରାଗ ବଢ଼େଇବା ଏହା ଦ୍ୱାରା ପିଲାମାନେ ମଧ୍ୟ ସେହି ବିଷୟ ପ୍ରତି ଅଧିକ ଧ୍ୟାନ ମଧ୍ୟ ଦେବେ। ତେବେ ଏହି ସବୁ ଉପାୟ ଦ୍ୱାରା ପିଲାମାନେ ଭଲ ଭାବରେ ପାଠ ପଢି ପାରିବେ ଏବଂ ସଫଳ ହୋଇ ପାରିବେ।




