ରାଜନୀତି

ହରିୟାଣାର ସାଇନି କ୍ୟାବିନେଟର ସଂପ୍ରସାରଣ, ଶପଥ ନେଲେ ୮ ନୂଆ ମନ୍ତ୍ରୀ – Kalinga News

[ad_1]

ଚଣ୍ଡିଗଡ଼ : ହରିୟାଣାରେ ନୂଆ ସରକାର ଗଠନ ହେବା ପରେ ମଙ୍ଗଳବାର କ୍ୟାବିନେଟର ସମ୍ପ୍ରସାରଣ କରାଯାଇଛି । ନୟାବ ସିଂ ସାଇନି ସରକାରରେ ଆହୁରି ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ଆଜି ମୋଟ ୮ ଜଣ ବିଧାୟକ ଶପଥ ନେଇଛନ୍ତି। ସେହିପରି ଗତଥର ୫ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଫଳରେ ନାଇବ କ୍ୟାବିନେଟରେ ମୋଟ ୧୩ ଜଣ ମନ୍ତ୍ରୀ ଙ୍କୁ ସାମିଲ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅସନ୍ତୁଷ୍ଟ ଥିବା ପୂର୍ବତନ ମନ୍ତ୍ରୀ ଅନୀଲ ଭିଜଙ୍କୁ ମନ୍ତ୍ରୀ କରାଯାଇନାହିଁ ।

ଆଜି ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିବା ବେଳେ ବାକି ୭ ଜଣଙ୍କୁ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି।

ଶପଥ ନେଇଥିବା ୮ ଜଣ ବିଧାୟକ ହେଲେ କମଲ ଗୁପ୍ତା, ସୀମା ତ୍ରିଖା (ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ), ମହିପାଲ ଧଣ୍ଡା (ମନ୍ତ୍ରୀ), ଅସୀମ ଗୋଏଲ (ମନ୍ତ୍ରୀ), ଅଭୟ ଯାଦବ (ରାଷ୍ଟ୍ରମନ୍ତ୍ରୀ), ସୁଭାଷ ସୁଧା (ରାଷ୍ଟ୍ରମନ୍ତ୍ରୀ), ବିଶ୍ୱମ୍ଭର ବାଲ୍ମିକି (ରାଷ୍ଟ୍ରମନ୍ତ୍ରୀ) ଏବଂ ସଞ୍ଜୟ ସିଂହ ମନ୍ତ୍ରୀ। କମଲ ଗୁପ୍ତା ମଧ୍ୟ ପୂର୍ବ ମନୋହର ଲାଲ ଖଟ୍ଟର ସରକାରରେ ମନ୍ତ୍ରୀ ଥିଲେ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button