ରାଜନୀତି

ପୂର୍ବ ଓ ଦକ୍ଷିଣରେ ବାଜି ମାରିବ ବିଜେପି: ଶାହ – Kalinga News

[ad_1]

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଜେପି ଏଥର ପୂର୍ବ ଓ ଦକ୍ଷିଣ ଭାରତର ଅଧିକାଂଶ ଲୋକସଭା ଆସନ ଜିତିବାକୁ ଯାଉଛି। ଆସନ୍ତା ଶନିବାର ହେବାକୁ ଥିବା ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ପ୍ରଚାର ଅଭିଯାନ ସମ୍ପର୍କରେ ଏନ୍‌ଡିଟିଭି ସହ ସାକ୍ଷାତକାର ବେଳେ ଶାହ ଏହା କହିଛନ୍ତି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ତାଙ୍କର ଆଶା କ’ଣ ବୋଲି ପଚରାଯିବାରୁ ଶାହ କହିଛନ୍ତି, ଆମେ ପଶ୍ଚିମବଙ୍ଗରେ ମଧ୍ୟ ଅଗ୍ରଣୀ ଭୂମିକା ନେବୁ। ସେଠାରେ ଆମେ ୨୪ରୁ ୩୦ଟି ଆସନ (୪୨ରୁ) ଜିତିବୁ। ଓଡ଼ିଶାରେ ଆମର ଲକ୍ଷ୍ୟ ୧୭ଟି ଲୋକସଭା ଆସନ (୨୧ଟିରୁ) ଏବଂ ୭୫ଟି ବିଧାନସଭା ଆସନ (୧୪୭ଟିରୁ)। ତେଲେଙ୍ଗାନାରେ ଆମେ ପ୍ରାୟ ୧୦ଟି ଆସନ (୧୭ଟିରୁ) ଜିତିବୁ। ଆନ୍ଧ୍ରପ୍ରଦେଶରେ ଆମର ମେଣ୍ଟ ସରକାର ଗଢିବ ଏବଂ ଏନ୍‌ଡିଏ ଲୋକସଭା ଆସନର ଏକ ବଡ ଅଂଶ ମଧ୍ୟ ଜିତିବ।

ପୂର୍ବରୁ ଉତ୍ତର ଓ ପଶ୍ଚିମରେ ପ୍ରଭାବଶାଳୀ ଶକ୍ତି ଥିବା ବିଜେପି ଏଥର ପୂର୍ବ ଓ ଦକ୍ଷିଣକୁ ମାଡ଼ିବାକୁ ଜୋରଦାର ପ୍ରୟାସ ଚଳାଇଛି, ଯେଉଁଠାରେ ଅନେକ ରାଜ୍ୟରେ ବିରୋଧୀ ଦଳ ଶାସନ କରୁଛନ୍ତି। ସାଧାରଣ ନିର୍ବାଚନ ସହିତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନରେ ମଧ୍ୟ ହେଉଛି। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ପୁଣି ଥରେ କ୍ଷମତାକୁ ଆସିବାକୁ ଚାହୁଛି। ଆନ୍ଧ୍ରପ୍ରଦେଶରେ ଶାସକ ୱାଇଏସ୍‌ଆର୍‌ କଂଗ୍ରେସକୁ କଡ଼ା ଟକ୍କର ଦେବା ପାଇଁ ବିଜେପି ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗୁ ଦେଶମ୍ ପାର୍ଟି ସହ ମେଣ୍ଟ କରିଛି।
‘ଅବ୍ କି ବାର୍ ୪୦୦ ପାର୍’ କେବଳ ଏକ ସ୍ଲୋଗାନ ନା ତଥ୍ୟ-ଆଧାରିତ ଟାର୍ଗେଟ ବୋଲି ପଚାରିବାରୁ ଶାହ କହିଲେ, ୨୦୧୪ ନିର୍ବାଚନରେ ଯେତେବେଳେ ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସ୍ଲୋଗାନ ଦେଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜିତିଥିଲୁ, ସେତେବେଳେ ଦିଲ୍ଲୀର ଅନେକ ରାଜନୈତିକ ବିଶ୍ଳେଷକ କହିଥିଲେ ଯେ ଏହା ସମ୍ଭବ ନୁହେଁ। କିନ୍ତୁ ଆମକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିଲା। ତା’ପରେ ୨୦୧୯ରେ ଯେତେବେଳେ ଆମେ ‘୩୦୦ ପାର୍’ ସ୍ଲୋଗାନ ଦେଇଥିଲୁ, ସେତେବେଳେ କିଛି ଲୋକ କହିଥିଲେ ଯେ ଏହା ସମ୍ଭବ ନୁହେଁ। ଏଥର ମଧ୍ୟ କିଛି ଲୋକ ସମାନ କଥା କହୁଛନ୍ତି। କିନ୍ତୁ ମୁଁ ଭାବୁଛି ଏଥର ‘୪୦୦ ପାର୍’ ସତ ହେବା ପରେ ସେମାନେ ପରବର୍ତ୍ତୀ ନିର୍ବାଚନରେ ଆମକୁ ବିଶ୍ୱାସ କରିବେ। ଶନିବାର ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଟ ୫୭ଟି ଲୋକସଭା ଆସନ ପାଇଁ ମତଦାନ ହେଉଛି। ସେଥିମଧ୍ୟରୁ ୨୬ଟି ପୂର୍ବରାଜ୍ୟ ଓଡ଼ିଶା, ବଙ୍ଗଳା, ବିହାର ଓ ଝାଡ଼ଖଣ୍ଡରେ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button