ରାଜନୀତି

ଘସିପୁରାରୁ ସ୍ବାଧୀନ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ: ‘ପିତୃଋଣ ଶୁଝିବାକୁ ଜନ୍ମମାଟିକୁ ବାଛିଲି’ – Kalinga News

[ad_1]

ଗୁଣ୍ଡା ଓ ହତ୍ୟାକାରୀଙ୍କୁ ହଟାଇବାକୁ ଲୋକେ ଆଗ୍ରହୀ

ଆନନ୍ଦପୁର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ବିଜେପି ଟିକେଟରେ ଲଢ଼ିବା ପାଇଁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ନିମନ୍ତ୍ରଣ କରିଥିଲେ। ଏନେଇ ସେ ଘସିପୁରାର ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ତେବେ ଗତକାଲି ବିଜେପି ଡ. ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଘୋଷଣା ପରେ ଖୋଦ୍ ବିଜେପି କର୍ମୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଆଜି ସନ୍ଧ୍ୟାରେ ଶ୍ରୀ ପଟ୍ଟନାୟକଙ୍କ ଆନନ୍ଦପୁରସ୍ଥିତ ବାସଭବନରେ ଘସିପୁରା ନିର୍ବାଚନମଣ୍ଡଳୀର ଦୁଇ ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ଏକ ବୈଠକ ହୋଇଥିଲା। ସମର୍ଥକଙ୍କ ସହ ଆଲୋଚନା ପରେ ଶ୍ରୀ ପଟ୍ଟନାୟକ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଲୋକଙ୍କ ଭିତରେ ଉତ୍ସାହ ଅଛି ପରିବର୍ତ୍ତନ ଆଣିବା ପାଇଁ। ଘସିପୁରା ଅଞ୍ଚଳରେ ବହୁବର୍ଷ ଧରି ଚାଲିଥିବା ଗୁଣ୍ଡାରାଜ, ଅନ୍ୟାୟ, ଅତ୍ୟାଚାର, ହତ୍ୟାକାଣ୍ଡରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ହାତରୁ କ୍ଷମତାକୁ ଛଡ଼ାଇ ନେଇ ଭଲ ଲୋକଙ୍କ ହାତରେ ଦେବାପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଓ ଆଗ୍ରହ ରହିଛି। ସେହି ଆଗ୍ରହ ଓ ଉତ୍ସାହ ଚାପରେ ସେ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିବା କହିଛନ୍ତି। ନାମାଙ୍କନର ଶେଷଦିନ ମେ ୬ ତାରିଖ ରହିଛି। ତା’ ପୂର୍ବରୁ ନହେଲେ ଶେଷଦିନରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସେ କହିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି, ଗଣମାଧ୍ୟମରେ ଗୋଟିଏ ଗୋଟିଏ ଶବ୍ଦ ଭୁଲ ହୋଇଗଲେ ତା’ର ଅର୍ଥ ଭୁଲ ହୋଇଯାଏ। ସେ ବିଜେପିରୁ ଟିକେଟ ଆଶାୟୀ ନଥିଲେ। ବିଜେପିର ରାଜ୍ୟ ସଭାପତି ତାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ପୁରୁଣା ଦଳକୁ ଫେରିଆସିବାକୁ ଅନୁ‌ରୋଧ କରିଥିଲେ।

ସେ ନିଜ ଜୀବନର ପ୍ରଥମ ନିର୍ବାଚନ ବିଜେପିରୁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଭୁବନେଶ୍ବରରୁ ଲଢ଼ିଥିଲେ। ଶେଷ ନିର୍ବାଚନ ମଧ୍ୟ ସେହି ବିଜେପି ଦଳରୁ ବିଜୁବାବୁଙ୍କ ପୁଅଙ୍କ ଦଳ ବିରୋଧ‌ରେ ଲଢ଼ିବେ ବୋଲି ଆଶା ରଖିଥିଲେ। ବିଜେପି ଯେଉଁ ପ୍ରସ୍ତାବ ଦେଇଥିଲା ତାହା କାର୍ଯ୍ୟକାରୀ କଲା ନାହିଁ। ସେ ବିଜେପି ପ୍ରସ୍ତାବରେ ଏକମତ ହୋଇଥାନ୍ତେ, କାରଣ ବିଜେପିର ଅନେକ ବନ୍ଧୁ ତାଙ୍କୁ ଭେଟି ଦଳକୁ ଆସିବାକୁ କହିଥିଲେ। ସବୁଦଳର ଲୋକେ ତାଙ୍କୁ ଭେଟି ବିଜେପି ଟିକେଟ ନେଇ ଲଢ଼ିଲେ ସେମାନେ ସମର୍ଥନ ଦେବେ ବୋଲି କହିଥିଲେ। ଏଭଳି ଶ୍ରଦ୍ଧା ଓ ସ୍ନେହର ଚାପରେ ସେ ସମ୍ମତି ପ୍ରକାଶ କରିଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ ଏଠାକୁ ଆସିଛନ୍ତି ପିତୃଋଣ ପରିଶୋଧ କରିବା ପାଇଁ। ତାଙ୍କ ବାପାମା’ଙ୍କର ଏହା ହେଉଛି ମାଟି। ବିଭିନ୍ନ ଦେଶ ବୁଲିବା ସହ ଭୁବନେଶ୍ବରରେ ରହି କିଛି ସଫଳତା ପାଇଥିଲେ ମଧ୍ୟ ଏହି ମାଟି ପାଇଁ କିଛି କରିନାହିଁ। ସମ୍ଭବତଃ ଈଶ୍ବର ଏ ମାଟି ପାଇଁ କିଛି କରିବାକୁ ଓ ପିତୃଋଣ ପରିଶୋଧ କରିବାକୁ ତାଙ୍କୁ ଏହି ସୁଯୋଗ ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଜିର ସମାବେଶରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଚତୁର୍ଭୁଜ ନାୟକ, ବ୍ରଜବିହାରୀ ଜେନା, ସରପଞ୍ଚ ବୃନ୍ଦାବନ ଜେନା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ, ପୂର୍ବତନ ସରପଞ୍ଚ କଳାକାର ନାୟକ, ସୁବ୍ରତ କୁଅଁର, ଯଜ୍ଞପ୍ରସାଦ ସାହୁ, ଦୀପକ ବେହେରା, ଅମର ସିଂ, ମୀନାରାଣୀ ବେହେରା, ପ୍ରଶାନ୍ତ ପାଲ ଓ ବିପିନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button