ଜ୍ୟୋତିଷ

କଇଁଛ ମୁଦି ପରିଧାନ କରୁଛନ୍ତି କି ? ଜାଣିରଖନ୍ତୁ ଏହି ସବୁ ନିୟମ , ନଚେତ ଭୋଗିପାରନ୍ତି ଅନେକ ସମସ୍ୟା

ଆଜିର ସମୟରେ ନିଜକୁ ସୁନ୍ଦର ଏବଂ ଷ୍ଟାଇଲିଷ୍ଟ ରଖିବା ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାର ପୋଷାକ ସହ ଅନେକ ଅଳଙ୍କାର ମଧ୍ୟ ପିନ୍ଧିଥାନ୍ତି । ସେହିପରି କିଛି ଲୋକେ ଅନେକ ପ୍ରକାର ମୁଦି ମଧ୍ୟ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଖାସ କରି ବର୍ତ୍ତମାନ ସମୟରେ ଅନେକ ଲୋକ କଇଁଛ ମୁଦି ପିନ୍ଧିଥିବାର ଦେଖିବାକୁ ମିଳୁଛି । କିନ୍ତୁ କେଉଁ ଲୋକ କେଉଁ ପ୍ରକାର କଇଁଛ ମୁଦି ପିନ୍ଧିଲେ ସେମାନଙ୍କ ଏହା ପାଇଁ ଶୁଭଫଳ ପ୍ରଦାନ କରିଥାଏ ସେହି ବିଷୟରେ ଅନେକ ଲୋକ ଜାଣିନଥାନ୍ତି । ଫଳରେ ସେମମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କିଏ କେଉଁ ପ୍ରକାର ମୁଦି ପିନ୍ଧିବା ଦ୍ଵାରା ଏହା ଶୁଭ ଫଳ ପ୍ରଦାନ କରିଥାଏ ।

୧- ଶାସ୍ତ୍ର ଅନୁସାରେ କଇଁଛ ମୁଦି ସାଧାରଣତଃ ରୂପାର ହୋଇଥିବା ଆବଶ୍ୟକ ଯେଉଁମାନେ ଏହି ମୁଦି ପିନ୍ଧୁଛନ୍ତି ସେମାନେ ରୂପା କି ଚାନ୍ଦିର କଇଁଛ ମୁଦି ପରିଧାନ କରିବା ଉଚିତ । ନଚେତ ଏହି ମୁଦି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥାଏ ।

୨- ପୁଅ ହେଉ ଅବା ଝିଅ ଏହି କଇଁଛ ମୁଦିକୁ ସର୍ବଦା ଡାହାଣ ହାତରେ ହିଁ ପିନ୍ଧାଯାଇଥାଏ । ଡାହାଣ ହାତର କନିଷ୍ଠ , ବୃଦ୍ଧା ଓ ତର୍ଜନୀ ଆଙ୍ଗୁଳିରେ କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ । ମଧ୍ୟମା କିମ୍ବା ଅନାମିକା ଅଙ୍ଗୁଳିରେ ଏହାକୁ ପରିଧାନ କରନ୍ତୁ । ଏପରି କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ଲାଗି ରହିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

୩- ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଇଁଛ ମୁଦି ସବୁ ରାଶିର ବ୍ୟକ୍ତି ପରିଧାନ କରି ପାରିବେ ନାହିଁ । କେବଳ ମେଶ , ସିଂହ , ଧନୁ ଏବଂ କୁମ୍ଭ ରାଶିର ଲୋକ ଏହି ମୁଦିକୁ ପିନ୍ଧିଥାନ୍ତି । କଇଁଛ ମୁଦି ପରିଧାନ କରିବା ଦ୍ୱାରା ଏହି ରାଶିର ବ୍ୟକ୍ତି ମାନଙ୍କୁ ଅନେକ ଶୁଭ ଫଳ ମିଳିଥାଏ । ଏହି ରାଶିର ବ୍ୟକ୍ତି ଯଦି ନିଜ ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧନ୍ତି, ତେବେ ସେହି ବ୍ୟକ୍ତିର ଜୀବନ ଧନ, ସମ୍ପତ୍ତି ଓ ଐଶ୍ଵର୍ଯ୍ୟରେ ଭରିଯାଇଥାଏ ।

୪- ସେହିପରି କନ୍ୟା ରାଶି, ବିଛା ରାଶି, ମୀନ ରାଶିର ଲୋକେ କଇଁଛ ମୁଦି ପିନ୍ଧିବା ଦ୍ଵାରା ଏହା ସେମାନଙ୍କୁ ଅଶୁଭ ଫଳ ପ୍ରଦାନ କରିଥାଏ । ତେଣୁ ଏହି ରାଶିର ଲୋକେ ନିଜ ହାତରେ କଇଁଛ ମୁଦି ପିନ୍ଧିବା ଅନୁଚିତ ।

୫ – ଶାସ୍ତ୍ର ମତରେ କଇଁଛ ମୁଦି କିଣିକି ପିନ୍ଧିବା ପାଇଁ ଶୁକ୍ରବାରକୁ ସର୍ବଶ୍ରେଷ୍ଠ ଦିନ ବୋଲି କୁହାଯାଇଥାଏ । ତାହା ସହିତ ଦିନ ବେଳା ଅର୍ଥାତ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ହିଁ କଇଁଛ ମୁଦିକୁ ପିନ୍ଧିବା ଉଚିତ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

୬ – କଇଁଛ ମୁଦିକୁ ପିନ୍ଧିବା ପୂର୍ବରୁ ଏହାର କିଛି ନୀତି ନିୟମ ରହିଛି ଯାହାକୁ ମାନି ଏହି ମୁଦିକୁ ପରିଧାନ କରାଯାଏ । ତେବେ କଇଁଛ ପରିଧାନ ପୂର୍ବରୁ ଏହାକୁ ଭଲ ଭାବରେ ଗଙ୍ଗା ଜଳରେ ଏହାକୁ ଧୋଇ ଦିଅନ୍ତୁ । ତାପରେ ପ୍ରଭୁ ନାରାୟଣ ଓ ଲକ୍ଷ୍ମୀ ମା’ ଙ୍କ ପାଖରେ ଏହାକୁ ପୂଜା କରି ଏହା ଉପରେ ପଞ୍ଚାମୃତ ସିଂଚନ କରି ପିନ୍ଧନ୍ତୁ । ଏପରି କରିବା ଦ୍ଵାରା ବ୍ୟକ୍ତି ପାଇଁ ଏହା ବହୁତ ଶୁଭଫଳ ପ୍ରଦାନ କରି ଥାଏ । ଏହା ସହ ପ୍ରଭୁ ନାରାୟଣ ଓ ମା’ ଲକ୍ଷ୍ମୀଙ୍କର ଅସୀମ କୃପା ଦୃଷ୍ଟି ମଧ୍ୟ ସେହି ବ୍ୟକ୍ତି ଉପରେ ରହିଥାଏ । ଫଳରେ ସେହି ବ୍ୟକ୍ତି ନିଜର ପ୍ରତ୍ୟକଟି କାର୍ଯ୍ୟରେ ସଫଳତା ପାଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button