ରାଜ୍ୟ

ଆସନ୍ତୁ ବୁଲିଯିବା ଦେଓଝର

ଦେଓଝର ଝରଣା ଓଡିଶାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ। ଏହାର ପ୍ରାକୃତିକ ସୌନ୍ଦର୍ଯ ଓ ଚିରହରୀତ ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ।  ସବୁଜ ଗଛଲତା ଦେଇ କୁଳୁକୁଳୁ ନାଦରେ ବହିଯାଉଥିବା ଝରଣାକୁ ଉପଭୋଗ କରିବା ପାଇଁ ଜମିଥାଏ ପର୍ଯଟକଙ୍କ ଭିଡ। ଦେଓଝର ଝରଣାଟି କଟକ ଜିଲ୍ଲା ନରସିଂହପୁର ବ୍ଲକର ଆଠଗଡ ଡିଭିଜନ୍ ତାଳପୁଞି ଗାଁରେ ଅବସ୍ଥିତ ।

କେମିତି ଯିବେ

ଏହା କଟକରୁ ପାଖାପାଖି 100କି.ମି ଦୂରତାରେ ଅବସ୍ଥିତ। ଭୂବନେଶ୍ବରଠାରୁ ଦୁଇଟି ରୁଟ୍ ଦେଇ ଏଠାକୁ ଯାଇହେବ । ଗୋଟିଏ ପଟେ ବାଙ୍କି- ଆଠଗଡ­- ନରସିଂହପୁର ରାସ୍ତା ଦେଇ ଯାଇହେବ, ଯାହାର ଅବଧି ପାଖାପାଖି 122 କି.ମି ଦୂରତା ହେବ।  ଅନ୍ୟପଟେ ଖୋର୍ଦ୍ଧା ରାସ୍ତା ଦେଇ ଭାୟା କଣ୍ଟିଲୋ ଦେଇ ମଧ୍ୟ ଯାଇହେବ, ଏବଂ ଯାହାର ଅବଧି ପାଖାପଖି 114 କି.ମି ଦୂରତା ହେବ। କଟକ ବସ୍  ଷ୍ଟାଣ୍ଡରୁ ବସ୍ ସାହାଯ୍ୟରେ ଆପଣମାନେ ଚମ୍ପେଶ୍ବରଠାରେ ପହଞ୍ଚିପାରିବେ ଯାହାକି ନରସିଂହପୁର ରୋଡ୍ ରେ ଅବସ୍ଥିତ। ସେଠି ପହଞ୍ଚିସାରିବା ପରେ ଆପଣମାନେ ଅଟୋ କିମ୍ବା କାର୍ ସାହାଯ୍ୟରେ ଯାଇପାରିବେ।

କେବେ ଯିବେ

ଖରାଦିନେ ଏହି ଝରଣାର ପାଣି ଶୁଖିଯାଏ, ତେଣୁ ଆପଣ ଯଦି ଶୀତଦିନେ ଯିବାକୁ ଚାହିଁବେ ତେବେ( ଅଗଷ୍ଟ – ଫେବୃୟାରୀ) ମଧ୍ୟରେ ଗଲେ ଝରଣାର ଲାଭ ଉଠାଇ ପାରିବେ। ଦେଓଝର ପାଖାପାଖି ମଧ୍ୟ ଅନେକ ପର୍ଯଟନ ସ୍ଥଳୀମାନ ରହିଛି, ଯାହାର ଆନନ୍ଦ ମଧ୍ୟ ଆପଣମାନେ ଉଠାଇ ପାରିବେ।

ବିଶେଷ ସୂଚନା

ଯେହେତୁ ଦେଓଝର ଝରଣାଟି ଏକ ଜଙ୍ଗଲ ପରିବେଶରେ ଅବସ୍ଥିତ, ତେଣୁ ଏଠାରେ କୌଣସି ପ୍ରକାରର ଦୋକାନ, ହୋଟେଲ୍, ଲଜ୍, ପେଟ୍ରୋଲ ପମ୍ପ୍, ଏଟିମ୍ ଓ କୌଣସି ମୋବାଇଲ୍ ନେଟ୍ ୱର୍କର ସୁବିଧା ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button