ଅପରାଧ

ଶିବସେନା ନେତା ଓ ତାଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା – Kalinga News

[ad_1]

ମୁମ୍ବାଇ: ଜଣେ ୨୮ ବର୍ଷୀୟା ମହିଳା ନଭି ମୁମ୍ବାଇର ଜଣେ ଶିବସେନା ନେତା ଏବଂ ତାଙ୍କ ପୁଅଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ଦୁହେଁ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ।

ଶିବସେନା ନେତା ଏବଂ ତାଙ୍କ ପୁଅଙ୍କ ବିରୋଧରେ ମହିଳା ଜଣକ ଶନିବାର ଆମ୍ବୋଲି ଥାନାରେ ଅଭିଯୋଗ କରିଥିଲେ। ହେଲେ, ଏପର୍ଯ୍ୟନ୍ତ କୌଣସି ମାମଲା ସଂପର୍କରେ କୌଣସି ଏଫଆଇଆର ରୁଜୁ ହୋଇନାହିଁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ପୁଲିସ ନିକଟରେ ପୀଡ଼ିତା ମହିଳା କରିଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଶିବସେନା ନେତା ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବାରେ ସାହାଯ୍ୟ କରୁଥିଲେ।

ଏହାର ସୁଯୋଗ ନେଇ ଉଭୟ ବାପ-ପୁଅ ମହିଳା ଓ ତାଙ୍କ ମା’ଙ୍କୁ ବିଭିନ୍ନ ସ୍ଥାନରେ ବାରମ୍ବାର ଦୁଷ୍କର୍ମ କରିବା ସହ ବ୍ଲାକମେଲ୍‌ କରୁଥିବା ଅଭିଯୋଗ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button