ରାଜନୀତି

ମେଣ୍ଟ ଚିତ୍ର ଅସ୍ପଷ୍ଟ: ବିଜେପି ଶିବିର ଖାଁ ଖାଁ – Kalinga News

[ad_1]

କଂଗ୍ରେସର ପ୍ରାର୍ଥିତ୍ବକୁ ନେଇ ଅନ୍ଧାରରେ କର୍ମୀ, ହିଞ୍ଜିଳି ନିର୍ବାଚନମଣ୍ଡଳୀ

ଶେରଗଡ଼: ରାଜ୍ୟ ରାଜନୀତି ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ରାଜନୈତିକ ଉଷ୍ମତା ହଠାତ୍ ଥମିଯାଇଛି। କାରଣ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଏଯାଏ ଦ୍ବନ୍ଦ୍ବ ଲାଗିରହିଥିବା ବେଳେ ଚିତ୍ର ସ୍ପଷ୍ଟ ହୋଇପାରୁନି। ଯାହାର ପ୍ରଭାବ ଏଠାରେ ଦେଖିବାକୁ ମିଳୁଛି। ବିଜେପିର ସମସ୍ତ କାର୍ଯ୍ୟକ୍ରମ ଶିଥିଳ ପଡ଼ିଯାଇଥିବା ସହ ନେତାଙ୍କ ଶିବିର‌ରେ ନିରବତା ରାଜୁତି କରୁଛି। ସଂପ୍ରତି ନିର୍ବାଚନକୁ ନଜରରେ ରଖି ଗତ ସପ୍ତାହରେ ହିଞ୍ଜିଳିକାଟୁରେ ବିଜେଡିର କାର୍ଯ୍ୟ‌ାଳୟ ଖୋଲାଯାଇଛି।

କିନ୍ତୁ ବିଜେପି ପକ୍ଷରୁ ଏଯାଏ ତତ୍ପରତା ଦେଖିବାକୁ ମିଳୁନି। କାରଣ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ଲାଗି ବିଜେପି ପକ୍ଷରୁ ଶିଶିର ମିଶ୍ର, ରଜନୀ ପାଢ଼ୀ ଏବଂ ଆଉ କିଛି ନେତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ତେବେ ଯଦି ମେଣ୍ଟ ହୁଏ, ତା’ହେଲେ ଏହି ଆସନ ବିଜେଡି ଭାଗରେ ପଡ଼ିବା ଏକ ପ୍ରକାର ସୁନିଶ୍ଚିତ। କିନ୍ତୁ ଏଯାଏ ବିଜେପିର ରାଜ୍ୟ ନେତୃବୃନ୍ଦ ମେଣ୍ଟକୁ ନେଇ କୌଣସି ଚିତ୍ର ସ୍ପଷ୍ଟ କରିନାହାନ୍ତି। ଫଳରେ କିଛିମାସ ହେଲା ଦଳୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବା ନେତା ଓ କର୍ମୀମାନେ ହଠାତ୍ ନିରବତା ଅବଲମ୍ବନ କରିଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ, ବ୍ଲକ୍ ଓ ଶେରଗଡ଼ରେ କାହାର ଗତିବିଧି ମଧ୍ୟ ଆଉ ଦେଖିବାକୁ ମିଳୁନି। ଫଳରେ ଆଗାମୀ ଦିନରେ ଏହି ନେତାମାନେ କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଛି। ତେବେ ମେଣ୍ଟ ନହେଲେ ବିଜେପିରୁ ଜଣେ ହାଇପ୍ରୋଫାଇଲ୍ ନେତାଙ୍କୁ ସୁଯୋଗ ଦିଆଯିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର କହିଛନ୍ତି, ଦଳର କୋର୍ କମିଟି ବୈଠକରେ ପ୍ରାର୍ଥିତ୍ବ ଓ ନିର୍ବାଚନ ରଣକୌଶଳ ପ୍ରସ୍ତୁତ ଉପରେ ଆଲୋଚନା ହୋଇଛି। ନିର୍ବାଚନ ମଣ୍ଡଳୀସ୍ତରୀୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯାଇଛି।

ଅନ୍ୟପକ୍ଷରେ ଗତ ତିନିଟି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ଆଗାମୀ ନିର୍ବାଚନରେ ବି ଦଳ ଏହି ଧାରା ବଜାୟ ରଖିବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଆଶାୟୀ ଥିବା ହିଞ୍ଜିଳିକାଟୁ ବ୍ଲକ୍ କଂଗ୍ରେସ ସଭାପତି ଶିବରାମ ପ୍ରଧାନ ଗତ ଜାନୁଆରି ମାସରେ ଶେରଗଡ଼‌ ବ୍ଲକ୍‌ର କର୍ମୀଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ। ଏହା ପରଠୁ ଦଳ ପକ୍ଷରୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନି। ପ୍ରାର୍ଥିତ୍ବକୁ ନେଇ କର୍ମୀ ଅନ୍ଧାରରେ ରହିଥିବା ବେଳେ ଶିବିର ଚଳଚଞ୍ଚଳ ନଥିବା ଦେଖିବାକୁ ମିଳୁଛି। ଶେରଗଡ଼ ବ୍ଲକ୍ କଂଗ୍ରେସ ସଭାପତି କୁନା ବିଷୋୟୀ କହିଛନ୍ତି, ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ହିଞ୍ଜିଳିକାଟୁରେ କଂଗ୍ରେସ ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ ଲାଗି ରହିଛି। ତଥାପି ଦଳୀୟ ହାଇକମାଣ୍ଡ ଏଠାରୁ ଯାହାକୁ ପ୍ରାର୍ଥୀ ଭାବେ ସୁଯୋଗ ଦେବେ ତାଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button