ଖେଳ ଖବର

ଏଥର ଆଇପିଏଲ୍‌ ସିଧାପ୍ରସାରଣରେ ଓଡ଼ିଆ ନାହିଁ – Kalinga News

[ad_1]

ଭୁବନେଶ୍ବର: ଆଉ ଶୁଭିବନି ଓଡ଼ିଆ ଭାଷାର ଆଇପିଏଲ୍‌ ସିଧାପ୍ରସାରଣ। ଏଥିସହ ଓଡ଼ିଆ ଭାଷାରେ କାର୍ଯ୍ୟକ୍ରମ କିମ୍ବା ସ୍କୋରସିଟ୍‌ ମଧ୍ୟ ମୋବାଇଲ୍‌ ପରଦାରେ ଆଉ ଦେଖାଯିବନି। ଓଟିଟି ପ୍ଲାଟ୍‌ଫର୍ମରେ ସିଧାପ୍ରସାରଣ କରିବାକୁ ଥିବା ଜିଓ ସିନେମା ପକ୍ଷରୁ ଆଇପିଏଲ୍‌ ଧାରାବିବରଣୀକୁ ୯ଟି ଭାଷାରେ ସୀମିତ ରଖାଯାଇଛି। ଇଂରାଜୀ ସହିତ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମରାଠୀ, ମାଲାୟାଲମ୍‌, ଗୁଜରାଟୀ ଓ ବଙ୍ଗଳା ଭାଷାରେ ଆସନ୍ତା ଆଇପିଏଲ୍‌ର ଧାରା ବିବରଣୀ ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଓଡ଼ିଆ ଭାଷାରେ ମ୍ୟାଚ୍‌ ପ୍ରସାରଣ ହେଲେ ଦର୍ଶକଙ୍କ ସଂଖ୍ୟାରେ ଉତ୍ସାହଜନକ ବୃ୍ଦ୍ଧି ହେଉ ନଥିବା କୁ‌ହାଯାଉଛି। କିନ୍ତୁ ଏହା ଉପରେ କୌଣସି ସ୍ପଷ୍ଟ କାରଣ ପ୍ରସାରଣକାରୀ ସଂସ୍ଥା ପକ୍ଷରୁ ଦିଆଯାଇନାହିଁ।

ସୂଚନାଯୋଗ୍ୟ, ଗତବର୍ଷ ଆଇପିଏଲ୍‌ରେ ଓଡ଼ିଆ ଭାଷା ସହିତ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ, ମାଲାୟାଲମ୍‌, କନ୍ନଡ଼, ଭୋଜପୁରୀ, ପଞ୍ଜାବୀ, ଗୁଜରାଟୀ ଭାଷାରେ ଧାରାବିବରଣୀ ଦିଆଯାଉଥିଲା। ଓଡ଼ିଆ ଭାଷାରେ ସିଧାପ୍ରସାରଣ ପାଇଁ ନିଶାନ୍ତ ମାଜିଥିଆ, ବାବାଶିଷ ନନ୍ଦ, ଗୌରବ ପଣ୍ଡାଙ୍କ ସହିତ ବିଶେଷଜ୍ଞ ଭାବେ ଦେବାଶିଷ ମହାନ୍ତି, ବିପ୍ଳବ ସାମନ୍ତରାୟ, ରଶ୍ମିରଂଜନ ପରିଡ଼ା, ବସନ୍ତ ମହାନ୍ତି ଧାରାବିବରଣୀ ପ୍ରଦାନ କରୁଥିଲେ। ଏଥିସହିତ ଆଇପିଏଲ୍‌ର କ୍ରୀଡ଼ା କାର୍ଯ୍ୟକ୍ରମରେ ଲୋରିଆ ମହାନ୍ତି ଓ ଶୋଭନା ମିଶ୍ର ଆଙ୍କରିଂ କରୁଥିଲେ। ହେଲେ ଗତବର୍ଷ ଆଇପିଏଲ୍‌ ପ୍ରଥମ ଦିନରୁ ଓଡ଼ିଆ ଭାଷାର ବ୍ୟବହାର ଉପରେ ବିବାଦ ଦେଖାଦେଇଥିଲା। ଗୁଜରାଟ ଟାଇଟନ୍ସ ଖେଳାଳି ଆୟର୍ଲାଣ୍ଡର ‘ଜୋସୁଆ ଲିଟିଲ୍‌’ଙ୍କ ନାମକୁ ‘ଜୋସୁଆ ଛୋଟ’ ବୋଲି ଲେଖାଯାଇଥିଲା। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ପ୍ରସାରଣକୁ ଟ୍ରୋଲ୍‌ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button