ମନୋରଞ୍ଜନ

ଅନୋଖା ଟ୍ୟାଲେଣ୍ଟ- 2 ବର୍ଷର ପରିଶ୍ରମ ପରେ ଯୁବକ ଜଣକ କାଠରେ ବନେଇ ଦେଲେ ରୟାଲ ଏନଫିଲ୍ଡ ବୁଲେଟ, ଦେଖନ୍ତୁ ଭିଡିଓ

ଏହି ଦୁନିଆରେ ସମସ୍ତଙ୍କ ଭିତରେ କିଛି ନା କିଛି ପ୍ରତିଭା ଲୁଚି ଅଛି ଏମିତିରେ ଆପଣଙ୍କୁ କେବଳ ନିଜର ସେହି ପ୍ରତିଭାକୁ ଚିହ୍ନିବାର ଅଛି । ଯଦି ଭାରତ ବିଷୟରେ କହିବା ତେବେ ଏଠି ଭରପୁର ପ୍ରତିଭା ଅଛି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ବିଷୟରେ କହିବୁ । ଯିଏକି କାଠରେ ରୟଲ ଏନଫୀଲ୍ଡ ବୁଲେଟ ଗାଡି ତିଆରି କରି ଦେଇଛନ୍ତି । ଆପଣ ସମସ୍ତେ କାଠ ଦ୍ଵାରା ନିର୍ମିତ ବିଭିନ୍ନ ପ୍ରକାରର ଜିନିଷ ଓ ଫର୍ନୀଚର ତିଆରି କରିଥିବାର ଦେଖିଥିବେ, କିନ୍ତୁ ଏହି ବ୍ୟକ୍ତିର ପ୍ରତିଭା ପୁରା ଅଲଗା ଲେବୁଲର ଅଟେ ।

ଏହି ବ୍ୟକ୍ତି ଜଣକ ଅସଲ ଭଳି ଦେଖାଯାଉଥିବା ରୟଲ ଏନଫୀଲ୍ଡ ବୁଲେଟ ଗାଡି କରି ଦେଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ବ୍ୟକ୍ତିର କାଠ ଦ୍ଵାରା ତିଆରି ରୟଲ ଏନଫୀଲ୍ଡ ବୁଲେଟ ବହୁତ ଭାଇରାଲ ହେଉଛି ।

ଏହି ଅଦ୍ଭୁତ କାରନାମାକୁ କରିଥିବା ବ୍ୟକ୍ତିର ନାଁ ଜିଦହିନ କରୁଲାଈ ଅଟେ । କହିଦେଉଛୁ କି ସେ ଜଣେ ଇଲେକ୍ଟ୍ରୀଶିୟନ ଅଟେ । କିନ୍ତୁ ରୁଚି ଓ ନିଜର ପ୍ରତିଭା ଦମରେ ସେହି ଏହିଭଳି କାମ ବି କରେ । କେରଲ ନିବାସୀ ଜିଦହିନ କରୁଲାଈକୁ କାଠରୁ ସୁନ୍ଦର ରୟଲ ଏନଫୀଲ୍ଡ ବୁଲେଟ ତିଆରି କରିବା ପାଇଁ ୨ ବର୍ଷ ଲାଗିଗଲା । ସେ ଏହି ୨ ବର୍ଷ ରାତି ଦିନ ପରିଶ୍ରମ କରିଛି ଯାହାର ପରିଣାମ ଆପଣଙ୍କ ସମସ୍ତଙ୍କ ସାମ୍ନାରେ ଅଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଜିଦହିନ କରୁଲାଈଙ୍କ ଏହି ଅଦ୍ଭୁତ ପ୍ରତିଭା ଭାଇରାଲ ହେଉଛି ।

ଯିଏ ବି ଏହି କାଠ ଦ୍ଵାରା ତିଆରି ବୁଲେଟକୁ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ କେବଳ ଦେଖିବାକୁ ଲାଗୁଛି । ସମସ୍ତଙ୍କ ମନରେ ଏହା ଚାଲୁଥିଲା କି ଭାଇର ଅଜବ ପ୍ରତିଭା ଅଛି । ସବୁଠୁ ଖାସ କଥା ଏହା ଅଟେ କି କାଠ ଦ୍ଵାରା ତିଆରି ଏହି ବୁଲେଟକୁ ଦେଖି ଜଣା ପଡୁ ନାହିଁ କି ଏହା କାଠ ଦ୍ଵାରା ନିର୍ମିତ ହୋଇଛି ।

ଏହା ସହିତ ଏହି ବୁଲେଟର ଟାୟାରକୁ କରିବା ପାଇଁ ମାଲେସିୟା କାଠର ଉପଯୋଗ କରାଯାଇଛି । ଅନ୍ୟ ପଟେ ଅନ୍ୟ ସମସ୍ତ ପ୍ୟାନେଲ୍ସକୁ ତିଆରି କରିବା ପାଇଁ ରୋଜୱୁଡ ଓ ଟିକୱୁଡର ବ୍ୟବହାର କରାଯାଇଛି ।

ୟୁଟ୍ୟୁବରେ ଜିଦହିନର ଗୋଟିଏ ଭିଡିଓ ବି ଅଛି । ଏଥିରେ ଆପଣ ତାଙ୍କର ପରିଶ୍ରମକୁ ବି ଦେଖି ପାରିବେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚାର ବିଷୟ ହୋଇଯାଇଛି । କହିଦେଉଛୁ କି ଏହା ପ୍ରଥମ ଥର ନୁହେଁ ଯେତେବୀଲ ଜିଦହିନ କାଠ ଦ୍ଵାରା ବୁଲେଟ କରିବାକୁ ଚେଷ୍ଟା କରିଛନ୍ତି । ଏହା ପୂର୍ବରୁ ସେ ରୟଲ ଏନଫୀଲ୍ଡ ବୁଲେଟର ଅନ୍ୟ ଏକ ମଡେଲ ବି ତିଆରି କରିସାରିଛନ୍ତି ।

ସେହି ସମୟରେ ବି ତାଙ୍କର ଏହି ପ୍ରତିଭାର ବହୁତ ପ୍ରଶଂସା ହୋଇଥିଲା । ଜିଦହିନ କରୁଲାଈଙ୍କ ଏହି ପ୍ରତିଭାକୁ ଦେଖି ଜଣା ପଡୁଛି କି ଯଦି କୌଣସି ବ୍ୟକ୍ତି ପରିଶ୍ରମ ଓ ଇଚ୍ଛାଶକ୍ତି ସହିତ କୌଣସି କାମ କରୁଛି ତେବେ କୌଣସି ବି କାମ ଅସମ୍ଭବ ହୋଇ ନ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button