ପୁରୀ ଜିଲ୍ଲା: ୫୭୭ ଶତାୟୁ ଭୋଟର, ୮୦ ବର୍ଷରୁ ଅଧିକ ୪୧,୦୯୪ – Kalinga News

[ad_1]
କଳାହାଣ୍ଡି: ୨୭୧ ଶତାୟୁ ଭୋଟର୍
ପୁରୀ: ୨୦୧୯ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଜିଲ୍ଲାରେ ଯୋଡ଼ି ହୋଇଛନ୍ତି ୫୧ହଜାର ୩୯୯ଜଣ ନୂଆ ମତଦାତା ବରିଷ୍ଠ, ଯୁବ, ମହିଳା ଓ ପୁରୁଷ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥର ୮୦ରୁ ଅଧିକ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୪୧ହଜାର ୦୯୪ ଥିବା ବେଳେ ୫୭୭ ଜଣ ଶତାୟୁ ଭୋଟର ଅଛନ୍ତି। ଏହି ଶତାୟୁ ଭୋଟରମାନଙ୍କୁ ଭୋଟଦେବା ପାଇଁ ଆକର୍ଷିତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ସାଧାରଣ ନିର୍ବାଚନରେ ୨୭୧ ଜଣ ଶତାୟୁ ଭୋଟର ଥିବା ଜଣାପଡ଼ିଛି। ତଥ୍ୟ ଅନୁସାରେ, ଜିଲ୍ଲାରେ ୧୮ ବର୍ଷରୁ ୧୯ ବର୍ଷ ମଧ୍ୟରେ ୩୪ ହଜାର ୬୫୮ ଜଣ ଯୁବ ଭୋଟର ଅଛନ୍ତି। ଯାହା ୨.୮୯ ପ୍ରତିଶତ ଅଟେ। ୨୦ ବର୍ଷରୁ ୨୯ ବର୍ଷ ମଧ୍ୟରେ ଜିଲ୍ଲାରେ ୨ଲକ୍ଷ ୬୮ ହଜାର ୯୭୨ ଜଣ ଭୋଟର ୨୨.୪୩ ପ୍ରତିଶତ ଅଟନ୍ତି। ୮୫ ବର୍ଷରୁ ଅଧିକ ୨୪ ହଜାର ୮୬୯ ଜଣ ଭୋଟର୍ ଅଛନ୍ତି ଯାହାକି ୨.୦୭ ପ୍ରତିଶତ। ସେହିପରି, ୧୦୦ ବର୍ଷରୁ ଅଧିକ ୨୭୧ ଜଣ ଶତାୟୁ ଭୋଟର ଅଛନ୍ତି। ଏହା ସମୁଦାୟ ଭୋଟରଙ୍କ ୦.୦୨ ପ୍ରତିଶତ। ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ୫୭ ଜଣ, ଜୁନାଗଡ଼ରେ ୫୦ ଜଣ, ଧର୍ମଗଡ଼ରେ ୩୪ ଜଣ, ଭବାନୀପାଟଣାରେ ୬୨ ଜଣ ଓ ନର୍ଲାରେ ୬୮ ଜଣ ଶତାୟୁ ଭୋଟର ଅଛନ୍ତି। ସେହିପରି, ଜିଲ୍ଲାରେ ୧୭୩୧୬ ଭିନ୍ନକ୍ଷମ ଭୋଟର୍ ଅଛନ୍ତି। ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୮୭୧ ଜଣ, ଜୁନାଗଡ଼ ବିଧାନସଭାରେ ୪୦୯୬ ଜଣ, ଧର୍ମଗଡରେ ୪୦୨୨ ଜଣ ଭବାନୀପାଟଣାରେ ୨୮୯୨ ଜଣ ଓ ନର୍ଲା ବିଧାନସଭାରେ ୩୪୩୫ ଜଣ ଭିନ୍ନକ୍ଷମ ଭୋଟର୍ ଅଛନ୍ତି।
[ad_2]




