ସିମୁଳିଆରେ ରାଜନୈତିକ ସ୍ଥିତି ସରଗରମ: ଦଳବଳ ଧରି ମଇଦାନରେ ପ୍ରମୁଖ ଦଳର ଆଶାୟୀ – Kalinga News

[ad_1]
ସିମୁଳିଆ: ମେଣ୍ଟ ପ୍ରସଙ୍ଗକୁ ନେଇ ଗୋଟିଏସମୟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ବିଜେପି ଓ ବିଜେଡି ଆଶାୟୀ ପ୍ରାର୍ଥୀ ଆଶଙ୍କାରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ। ଏବେ ମେଣ୍ଟ ଚର୍ଚ୍ଚା ଥମିବାପରେ ବିଜେପି, ବିଜେଡିରୁ ଆଶାୟୀ ପୁଣି ଚେଇଁ ଉଠିଥିବା ବେଳେ କଂଗ୍ରେସ ଶିବିରରେ ପୂର୍ବ ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ଏବେ ବିଧାୟକ ଅଛନ୍ତି ବିଜେଡିର ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏଥର ନିର୍ବାଚନ ପାଇଁ ସେ ଦଳରୁ ପ୍ରମୁଖ ଦାବିଦାର ଅଛନ୍ତି। ହେଲେ ତାଙ୍କ ବାଟରେ କଣ୍ଟା ହୋଇପାରନ୍ତି ଯୁବନେତା ତଥା ବିଜେଡି କଳାସଂସ୍କୃତି ସେଲ୍ର ରାଜ୍ୟ ସମ୍ପାଦକ ଶଶିକୁମାର ସାହୁ। ଉଭୟ ବିଭିନ୍ନ ସ୍ଥାନରେ ସଭାସମିତି କରି ଜନସମର୍ଥନ ଗୋଟାଉଛନ୍ତି। ଏହାଛଡ଼ା ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଗଣେଶଚନ୍ଦ୍ର ମହାପାତ୍ର, ବିଜେଡିର ପୂର୍ବତନ ଜିଲ୍ଲା ମହିଳା ସଭାନେତ୍ରୀ ସରୋଜିନୀ ମହାପାତ୍ର ମଧ୍ୟ ଟିକେଟ୍ ଦୌଡ଼ରେ ରହିଛନ୍ତି। ସେହିପରି ବିଜେପିରେ ଟିକେଟ୍ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ତାଙ୍କ ପୁଅ ଡା. ଅଣୁମାଧବ ପଣ୍ଡା, ଯୁବନେତା ତଥା ବିଜେପିର ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାଶ, ଖଇରା ବ୍ଲକ୍ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ଼ ପ୍ରମୁଖ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ଲାଗି ମନସ୍ଥ କରି ଦଳୀୟ ସ୍ବୀକୃତିକୁ ଅପେକ୍ଷା କରିଛନ୍ତି।
ଅନ୍ୟପଟେ ଯୁବନେତା ହିମାଂଶୁ ଶେଖର ବେହେରା କଂଗ୍ରେସର ଏକମାତ୍ର ଚେହେରା। ଦଳୀୟ ସଙ୍ଗଠନରେ ତାଙ୍କର ବେଶ୍ ପତିଆରା ରହିଛି। ତେଣୁ ସେ ହିଁ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ତେବେ, ୩ ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିବେ, ତାହା ଦେଖିବାକୁ ବାକି ରହିଲା।
[ad_2]