ଗ୍ରାମବାସୀଙ୍କୁ ମାଂସ ଭୋଜି ନଦେବାରୁ… ୩ ଦିନ ପଡ଼ିରହିଲା ମହିଳାଙ୍କ ମୃତଦେହ – Kalinga News

[ad_1]
ବାରିପଦା/ଶାମାଖୁଣ୍ଟା: ପରମ୍ପରା ଆଳରେ ମାନବିକତାର ଜଳାଞ୍ଜଳି। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍ ତଥା ବାରିପଦା ସଦର ଥାନା ଅନ୍ତର୍ଗତ ତେଲବିଲା ଗାଁରେ। ମୃତକଙ୍କ ପରିବାର ମାଂସ ଭୋଜି (ମେଣ୍ଢା ପଣ) ଦେଇ ନ ପାରିବାରୁ ଗାଁ’ର ଜଣେ ମହିଳାଙ୍କ ମୃତଦେହ ୩ ଦିନ ଧରି ଦାହ ସଂସ୍କାର ନହୋଇ ପଡ଼ିରହିବା ଘଟଣା ସଭ୍ୟ ସମାଜକୁ ଲଜ୍ଜିତ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଏହି ଗାଁର ସୋମବାରୀ ସିଂ (୭୦)ଙ୍କର ଗତ ଶନିବାର ଅପରାହ୍ନରେ ମୃତ୍ୟୁ ହୋଇଥିଲା। ଗାଁର ପରମ୍ପରା ଅନୁଯାୟୀ ସୋମବାରୀଙ୍କ ୨ ପୁଅ ଡାକ୍ତର ସିଂ ଓ ଚନ୍ଦନ ସିଂ ଗ୍ରାମବାସୀଙ୍କୁ ପଣ (ଦାନ) ବାବଦରେ ଗୋଟିଏ ମେଣ୍ଢା ଦେବା କଥା। ମୃତକଙ୍କ ଶୁଦ୍ଧିକ୍ରିୟା ପରେ ପଣ ଦିଆଯାଇଥିବା ମେଣ୍ଢାକୁ ଗାଁରେ ଭୋଜି କରାଯିବାର ପ୍ରଥା ରହିଛି। ହେଲେ ଦୁଇପୁଅ କୁଆଡ଼େ ମେଣ୍ଢା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଫଳରେ ସୋମବାରୀଙ୍କ ଶବ ସତ୍କାରରେ ସାହାଯ୍ୟ କରିବାକୁ ରୋକ୍ଠୋକ୍ ମନା କରି ଦେଇଥିଲେ ଗ୍ରାମବାସୀ। ଶବ ପଚିବାକୁ ଆରମ୍ଭ କରିବାବେଳେ ମେଣ୍ଢା ଯୋଗାଡ଼ କରିବାକୁ ବାରିପଦା ଯାଉଛି କହି ସାନପୁଅ ଚନ୍ଦନ ଆଉ ଫେରି ନଥିଲେ। ସେପଟେ ଘରେ ଥିବା ବଡ଼ପୁଅ ମଧ୍ୟ ମେଣ୍ଢା ଦେବାରେ ଅସହାୟତା ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ଗ୍ରାମବାସୀ ମଧ୍ୟ ନିଜ ଜିଦ୍ରେ ଅଟଳ ରହିଥିଲେ। ସେମାନଙ୍କ କହିବା କଥା; ଅନ୍ୟମାନେ ପଣ (ଦାନ) ଦେଲେ ଦୁଇଭାଇ ଆସି ଭୋଜି ଖାଉଛନ୍ତି। ହେଲେ, ସେମାନଙ୍କ ଉପରେ ପୂର୍ବରୁ ପଣ ବାକିଥିଲେ ବି ଦୁହେଁ ଧରାଛୁଆଁ ଦେଉନାହାନ୍ତି। ଉଭୟ ପକ୍ଷଙ୍କ ଏହି ବିବାଦ ମଧ୍ୟରେ ୩ ଦିନ ହେଲା ମୃତଦେହ ଘରେ ପଡ଼ିରହି ପଚିବା ସହ ଦୁର୍ଗନ୍ଧରେ ନାକ ଫାଟିଥିଲା। ଖବର ପାଇ ପୁଲିସ ଆଜି ଗାଁରେ ପହଞ୍ଚି ଦୁଇ ପୁଅଙ୍କୁ ଏକାଠି କରିବା ସହ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା। ଶେଷରେ ପୁଅମାନେ ମେଣ୍ଢା ଦେବାକୁ ରାଜି ହେବାରୁ ଗ୍ରାମବାସୀଙ୍କ ସହଯୋଗରେ ସୋମବାରୀଙ୍କ ଶବ ସତ୍କାର କରାଯାଇଛି।
[ad_2]