ଜାମନଗର ମଞ୍ଚରେ ଝଗଡ଼ା ଲାଗିଲେ ଶାହରୁଖ୍ ଓ ସଲ୍ମାନ; ଶେଷରେ ଏହି ଗୀତରେ ନାଚିଲେ – Kalinga News

[ad_1]
ମୁମ୍ବାଇ: ସୁପର୍ଷ୍ଟାର୍ ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ ଉତ୍ସବରେ ଜାମନଗରରେ ମଞ୍ଚ ଉପରେ ଦେଖିବାକୁ ମିିଳିଥିଲା। ସେଠାରେ ଦୁଇ ସୁପର୍ଷ୍ଟାର୍ ମଜାକ୍ ମଜାକ୍ରେ ଲଢୁଥିବାର ଦେଖିବାକୁ ମିଳିଥିଲେ, ଯାହାକି ଉପସ୍ଥିତ ସମସ୍ତଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥିଲା।
ସେମାନଙ୍କ ଝଗଡ଼ା ସମୟରେ ଆମୀର ଖାନ୍ ବି ସେଠାରେ ଉପସ୍ଥିତ ଥିଲେ। ସଲ୍ମାନ, ଆମୀର ଓ ଶାହରୁଖ୍ ମଞ୍ଚରେ ଏକା ସହ ନାଚିବେ ବୋଲି ପ୍ରଥମେ କଥା ଉଠିଲା। ସଲ୍ମାନ ସେତେବେଳେ ହଉ ‘ଦବଙ୍ଗ’ ଗୀତ ଲଗାଅ ବୋଲି କହିଥିଲେ। ଯାହାକୁ ନେଇ ପ୍ରତିବାଦ କରିଥିଲେ ଶାହରୁଖ। ସେ କହିଲେ ମୋ ଫିଲ୍ମର ଗୀତ ବାଜିବ। ‘ବେସରମ ରଙ୍ଗ୍’ ଗୀତ ଲଗାଯାଉ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତି ବଢ଼ିବାକୁ ଲାଗିଲା। ଯାହାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ ଆମୀର। ନିକଟରେ ରିଲିଜ୍ ହୋଇଥିବା ଭିଡିଓରେ ପୂରା ଘଟଣା ଦେଖିବାକୁ ମିଳିଛି।
View this post on Instagram
ଏହି ବିବାଦର ସମାଧାନ ପାଇଁ ସେମାନଙ୍କୁ ଚିଟ୍ ଉଠାଇବାକୁ ଥିଲା। ଚିଟ୍ରେ ‘ଆର୍ଆର୍ଆର୍’ ଫିଲ୍ମର ‘ନାଚୋ ନାଚୋ’ ଗୀତ ଉଠିବାରୁ ତିନିହେଁଙ୍କୁ ସେଥିରେ ନୃତ୍ୟ କରିବାକୁ ପଡ଼ିଲା।
ଏକ ସ୍ମରଣୀୟ ସନ୍ଧ୍ୟାରେ ଓସ୍କାର ବିଜେତା ଗୀତରେ ନାଚି ୩ ସୁପର୍ଷ୍ଟାର୍ କାର୍ଯ୍ୟକ୍ରମରେ ଚାର୍ ଚାନ୍ଦ୍ ଲଗାଇ ଦେଇଥିଲେ। ଫ୍ୟାନ୍ କ୍ଲବ୍ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରେ, ଶାହରୁଖ୍, ସଲମାନ, ଏବଂ ଆମୀର ଇଭେଣ୍ଟ ପାଇଁ କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ।
[ad_2]




