ମନୋରଞ୍ଜନ

ଛାଡ଼ପତ୍ର ନେବା ବୋଲି ଘୋଷଣା କରିଦେବା କି? ଅଙ୍କିତାଙ୍କୁ ପ୍ରଶ୍ନ କଲେ ବିକି – Kalinga News

[ad_1]

ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଥିଲେ। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଥିଲେ। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି।

ବାରମ୍ବାର ଝଗଡ଼ା ହେବା ପରେ ଏବେ ସୋ’ ଶେଷ ହେବାକୁ ବସିଥିବା ବେ‌ଳେ ବିକି ଛାଡ଼ପତ୍ର କଥା କହିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ପ୍ରସାରିତ ହୋଇଥିବା ଅଧ୍ୟାୟରେ ପ୍ରତିଯୋଗୀ ତଥା ଅଭିନେତ୍ରୀ ମନ୍ନାରା ଚୋପ୍ରାଙ୍କୁ ନେଇ ବିକି ଓ ଅଙ୍କିତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲ। ଏହି ଝଗଡ଼ା ସମୟରେ ବିକି ବିରକ୍ତ ହୋଇ ଛାଡ଼ପତ୍ର ନେବା ବୋଲି ଘୋଷଣା କରିଦେବା କି? ବୋଲି ଅଙ୍କିତାଙ୍କୁ ପ୍ରଶ୍ନ କରିଥିଲେ। ଏହା ଶୁଣି ଅଙ୍କିତା ଚୁପ ହୋଇଯିବା ସହ ପରେ ବିକିଙ୍କୁ ମନ୍ନାରାଙ୍କ ସହ କଥା ନହେବାକୁ କହିଥିଲେ।

ଏହା ପୂର୍ବରୁ ଚୁମ୍ବନ ଦେବାକୁ ନେଇ ବିକି-ଅଙ୍କିତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ଅଙ୍କିତା କ୍ଷମା ମାଗିବା ସହ ବିକିଙ୍କ ପାଖକୁ ଆସିଥିଲେ। ବିକି ଶୋଇଥିବା ବେଳେ ଅଙ୍କିତା ଆସି ତାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ। ଏହା ପରେ ଅଙ୍କିତା, ବିକିଙ୍କ ଓଠକୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ବେଳେ ବିକି ମନା କରି କହିଥିଲେ, ଏଭଳି ଟିଭିରେ ସମସ୍ତଙ୍କ ଆଗରେ ଓଠରେ ଚୁମ୍ବନ ଦିଅନାହିଁ। ଘର ଲୋକ ଦେଖୁଛନ୍ତି। ମୋତେ ଏସବୁ ପସନ୍ଦ ନୁହେଁ। ଏହା ଶୁଣି ଅଙ୍କିତା କହିଥିଲେ, ମୁଁ ସ୍ତ୍ରୀ ହୋଇ କ’ଣ ଚୁମ୍ବନ ଦେଇପାରିବି ନାହିଁ। ମୁଁ ତୁମ ଗାଲକୁ ଚୁମ୍ବନ ଦେଉଥିଲି, ଓଠକୁ ନୁହେଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button