ରାଜନୀତି

ନିର୍ବାଚନ ବଣ୍ଡ ସହ ଜଡିତ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଏସ୍‌ବିଆଇକୁ କହିଲେ ସୁପ୍ରିମ୍‌କୋର୍ଟ – Kalinga News

[ad_1]

ନୂଆଦିଲ୍ଳୀ: ନିର୍ବାଚନ ବଣ୍ଡ ସହ ଜଡିତ ସମସ୍ତ ବିବରଣୀ ଗୁରୁବାର ସୁଦ୍ଧା ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ବା ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ ଆହୁରି ମଧ୍ୟ କହିଛନ୍ତି ଯେ “ଆମେ ନିର୍ବାଚନ ବଣ୍ଡ ସହ ଜଡିତ ସମସ୍ତ ଚାହୁଁଛୁ। ଆମେ ଅନୁମାନ କରୁଛୁ ଯେ ଏଠାରେ ରାଜନୈତିକ ଦଳ ପାଇଁ ପୂରା ତଥ୍ୟ ପ୍ରଦାନ କରାଯାଇନାହିଁ।’’

ଏସବିଆଇ ଜମା କରିଥିବା ନିର୍ବାଚନୀ ବଣ୍ଡ ବିବରଣୀ ଅସମ୍ପୂର୍ଣ୍ଣ ବୋଲି ଦର୍ଶାଇ ପାଞ୍ଚଜଣିଆ ଖଣ୍ଡପୀଠ ପୂର୍ବରୁ ବ୍ୟାଙ୍କକୁ ନୋଟିସ ଜାରି କରି ମାର୍ଚ୍ଚ ୧୮ ତାରିଖରେ ଶୁଣାଣି ପାଇଁ କହିଥିଲେ।

ଅଦାଲତ କହିଛନ୍ତି ଯେ ମାର୍ଚ୍ଚ ୧୧ର ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ ଓ ବଣ୍ଡ୍‌ ନମ୍ବର ଓ ଅର୍ଥ ଗ୍ରହଣ କରିଥିବା ଦଳ ସଂପର୍କରେ ସୂଚନା ଦିଆଯିବା ଉଚିତ। କିନ୍ତୁ ଏସ୍‌ବିଆଇ ଏହାକୁ ଉଲ୍ଲଂଘନ କରି ପୂର୍ଣ୍ଣାଙ୍ଗ ସୂଚନା ଦେଇନାହିଁ। ସେମାନଙ୍କୁ ବଣ୍ଡ୍‌ ନମ୍ବର ଦେବାକୁ ହିଁ ହେବ ବୋଲି ପ୍ରଧାନ ବିଚାରପତି ପୂର୍ବରୁ କହିଛନ୍ତି।

ସୂଚନାଯୋଗ୍ୟ, ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ସୂଚନା ଦେବା ମାମଲାରେ ଏସ୍‌ବିଆଇ ଆବେଦନର ଶୁଣାଣି ମାର୍ଚ୍ଚ ୧୧ରେ ହୋଇଥିଲା ଏବଂ ମାର୍ଚ୍ଚ ୧୨ ସୁଦ୍ଧା ବିବରଣୀ ଦେବାକୁ ଏସ୍‌ବିଆଇକୁ କୋର୍ଟ କହିଥିଲେ ମାର୍ଚ୍ଚ ୧୫ ସୁଦ୍ଧା ଏହା ୱେବ୍‌ସାଇଟ୍‌ରେ ପ୍ରକାଶ କରିବାକୁ ନିର୍ବାଚନ କମିସନଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦେବାକୁ ଏସ୍‌ବିଆଇ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button