ଦେଶ- ବିଦେଶ

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ , ଲୋକସଭା ନିର୍ବାଚନ ଲଢ଼ିପାରନ୍ତି – Kalinga News

[ad_1]

ନୂଆଦିଲ୍ଲୀ : ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଆଜି ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡ଼ୁଚେରୀ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ତାମିଲନାଡ଼ୁରେ ପୂର୍ବତନ ବିଜେପି ସଭାପତି ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ଦିଲ୍ଲୀରେ ସେ ଇସ୍ତଫା ଦେଇଛନ୍ତି ଏବଂ ଏହି ଇସ୍ତଫା ପତ୍ର ସେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି। ତେଲେଙ୍ଗାନା ରାଜଭବନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡ଼ୁଚେରୀ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଆଜି ଇସ୍ତଫା ଦେଇଛନ୍ତି। ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ବିଜେପି ଏହାର ତୃତୀୟ ପର୍ଯ୍ୟାୟ ତାଲିକାରେ ସୌନ୍ଦରରାଜନଙ୍କ ନାଁ ଘୋଷଣା କରିପାରେ। ସେ ଉତ୍ତର ତାମିଲନାଡ଼ୁ, ପୁଡ଼ୁଚେରୀ ଏବଂ ଚେନ୍ନାଇ ଦକ୍ଷିଣରୁ ନିର୍ବାଚନ ଲଢ଼ିପାରନ୍ତି। ଉଲ୍ଳେଖଯୋଗ୍ୟ ଯେ ସୌନ୍ଦରରାଜନ ନିକଟ ଅତିତରେ ଡିଏମକେ ସରକାରକୁ ସମାଲୋଚନା କରିଥିଲେ। ୨୦୨୩ ଡିସେମ୍ବରରେ ସେ ତାମିଲନାଡ଼ୁରେ ବ୍ୟାପକ ବନ୍ୟା ପ୍ରସଙ୍ଗରେ ଡିଏମକେ ସରକାର ଉପରେ ବର୍ଷିଥିଲେ। ରାଜ୍ୟ ସରକାର ସ୍ଥିତି ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା ବୋଲି ସେ କହିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button