ରାଜନୀତି

କଂ‌ଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ: ଭୁଆଁ ବୁଲାଉଛନ୍ତି କେନ୍ଦ୍ର, ରାଜ୍ୟ – Kalinga News

[ad_1]

ରାଉରକେଲା: କେନ୍ଦ୍ରର ବୈଦେଶିକ ନୀତି ସମ୍ପୂର୍ଣ୍ଣ ଫେଲ୍‌ ହୋଇଛି। ବିଭିନ୍ନ ଯୋଜନା ନାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣଜନତାଙ୍କୁ ଭୁଆଁ ବୁଲାଉଛନ୍ତି। ସଂସଦରେ ପ୍ରତ୍ୟେକ ବିଲ୍‌ ପାସ୍‌ରେ ବିଜେପିକୁ ବିଜେଡ଼ି ସହଯୋଗ କରିଆସୁଛି। କେବଳ ଲୋକଦେଖାଣିଆ ଭାବେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଛନ୍ତି। ବିଜେପି-ବିଜେଡ଼ି ମେଣ୍ଟ ହେଲେ ରାଜ୍ୟରେ କଂଗ୍ରେସ ନିଶ୍ଚିତ ଭାବେ ଫାଇଦା ଉଠାଇବ ବୋଲି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ତଥା ପଶ୍ଚିମ ଓଡ଼ିଶା ଗଣମାଧ୍ୟମ ପ୍ରଭାରୀ ଡକ୍ଟର ହମିଦ୍‌ ହୁସେନ୍‌ କହିଛନ୍ତି। ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ହୁସେନ୍‌ ଯୋଗଦେଇଥିଲେ। ସେ କହିଥିଲେ, କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡ଼ି ସରକାରଙ୍କୁ ବଦଳାଇବାକୁ ଭୋଟରମାନେ ସ୍ଥିର କରି ସାରିଲେଣି। ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବ। ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ଦଳ ପୂରା ପ୍ରସ୍ତୁତ ଅଛି। ନେତା ଓ କର୍ମୀମାନେ ପୂରାଦମ୍‌ରେ କାମ କରିବେ ସେ ବୋଲି କହିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବୀରେନ ସେନାପତି, ବରିଷ୍ଠ ନେତା ଆର୍‌.ପି. ସିଂହ, ସନ୍ତୋଷ ବିଶ୍ବାଳ, ନିହାର ଦାସ ଓ ଆଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button