ସେୟାର ଟ୍ରେଡିଂ ଆଳରେ ଜଣେ ବ୍ୟକ୍ତିଙ୍କ ଠାରୁ ୧.୩୬ କୋଟି ଟଙ୍କା ଠକିନେଲେ ସାଇବର ଲୁଟୋରା – Kalinga News

[ad_1]
ମୁମ୍ବାଇ: ନଭି ମୁମ୍ବାଇର ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ସେୟାର ଟ୍ରେଡିଂରେ ନିବେଶ କରିବାକୁ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ସାଇବର ଲୁଟେରାମନେ ୧.୩୬ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅଭିଯୋଗକୁ ଭିତ୍ତି କରି ସାଇବର ଥାନାରେ ଭାରତୀୟ ଦଣ୍ଡବିଧି ସଂହିତା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ଧାରା ୪୨୦ (ଠକେଇ) ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ଦୁଇ ଜଣ ବ୍ୟକ୍ତି ଏବଂ ଆଞ୍ଜେଲ ଓ୍ଵାନ୍ ନାମକ ଏକ ସଂସ୍ଥା ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ବୋଲି ବରିଷ୍ଠ ଇନ୍ସପେକ୍ଟର ଗଜାନନ କଦମ କହିଛନ୍ତି।
ଜାନୁଆରି ୨୦ରୁ ମାର୍ଚ୍ଚ ୧୩ ତାରିଖ ମଧ୍ୟରେ ଏହି ଠକେଇ ହୋଇଥିବା ପୁଲିସ କହିଛି।
ଅଭିଯୁକ୍ତ ଜଣକ ହ୍ଵାଟ୍ସଆପ୍ ଜରିଆରେ ଜୁଇ ନଗରରେ ରହୁଥିବା ଅଭିଯୋଗକାରୀଙ୍କ ସହ ଯୋଗାଯୋଗ କରି ସେୟାର ଟ୍ରେଡିଂ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ନିବେଶ ଉପରେ ଯଥେଷ୍ଟ ରିଟର୍ଣ୍ଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଷ୍ଟକ ବଜାରରେ ନିବେଶ ପାଇଁ ଅଭିଯୋଗକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ୧.୩୬ କୋଟି ଟଙ୍କା ଟ୍ରାନ୍ସଫର କରିବାକୁ କୁହାଯାଇଥିଲା।
ତେବେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତଙ୍କ ଠାରୁ କୌଣସି ଟଙ୍କା ନ ମିଳିବାରୁ ସେ ଠକେଇର ଶିକାର ହୋଇଥିବା ଅନୁଭବ କରି ପୁଲିସର ଦ୍ୱାରସ୍ଥ ହୋଇଥିଲେ।
[ad_2]