ସ୍କୁଲର ଡ୍ରେନରୁ ମିଳିଲା ୩ବର୍ଷୀୟ ପୁଅର ମୃତଦେହ, ବିଲ୍ଡିଂରେ ନିଆଁ ଲଗାଇଦେଲେ ବାପା – Kalinga News

[ad_1]
ପାଟନା: ସ୍କୁଲର ଡ୍ରେନରୁ ମିଳିଲା ୩ବର୍ଷୀୟ ପୁଅର ମୃତଦେହ। ରାଗରେ ବିଦ୍ୟାଳୟର ବିଲ୍ଡିଂରେ ନିଆଁ ଲଗାଇଦେଲେ ବାପା। ବିହାରର ପାଟନାରେ ଘଟିଛି ଏଭଳି ଘଟଣା। ପୁଅ ସ୍କୁଲକୁ ଯାଇ ନଫେରିବା ପରେ ପରିବାର ଲୋକେ ଖୋଜିବା ପାଇଁ ସ୍କୁଲରେ ପହଞ୍ଚିଥିଲେ। ହେଲେ ପୁଅ ଘରକୁ ଚାଲିଯାଇଥିବା କହିଥିଲା ସ୍କଲ। ଶେଷରେ ସ୍କୁଲ ପରିସର ଭିତରୁ ପୁଅର ମୃତଦେହ ମିଳିବା ପରେ ନିଜ ରାଗକୁ ନିୟନ୍ତ୍ରଣରେ ରଖିପାରିନଥିଲେ ପରିବାର। ନ୍ୟାୟ ଦାବି କରି ସ୍କୁଲରେ ନିଆଁ ଲଗାଇବା ହିଁ ସେମାନେ ଠିକ୍ ବୋଲି ଭାବିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ପଢ଼ିବା ପାଇଁ ସ୍କୁଲକୁ ଆସିଥିଲେ ମୃତକ। ଠିମ୍ ସମୟରେ ଘରେ ନପହଞ୍ଚିବାରୁ ପରିବାର ଲୋକେ ଖୋଜିବା ପାଇଁ ସ୍କୁଲରେ ପହଞ୍ଚିଥିଲେ। ହେଲେ ପୁଅ ଘରକୁ ଚାଲିଯାଇଥିବା କହିଥିଲା ସ୍କଲ। ଏହା ପରେ ଆଖପାଖରେ ଖୋଜି ପୁଅକୁ ନପାଇବାରୁ ପରିବାର ଲୋକେ ପୁଲିସରେ ଏତଲା ଦେଇଥିଲେ। ପୁଲିସ ଏତଲା ପାଇଁ ଯାଞ୍ଚ ଆରମ୍ଭ କରିବା ସହ ସ୍କୁଲର ସିସିଟିଭି ଯାଞ୍ଚ କରିଥିଲା, ଯେଉଁଥିରେ ଦେଖାଯାଇଥିଲା ଯେ, ମୃତକ ସ୍କୁଲ ଆସିଥିଲେ ସତ, ହେଲେ ସ୍କୁଲ ବାହାରକୁ ଯାଇନଥିଲେ। ଏହା ଦେଖି ପୁଲିସ ଭଲ ଭାବରେ ଯାଞ୍ଚ କରିବା ପରେ ସ୍କୁଲର ଡ୍ରେନରୁ ମୃତଦେହ ମିଳିଥିଲା। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ହେପାଜତକୁ ନେଇଛି।
[ad_2]