ଲୋକସଭା ନିର୍ବାଚନ ୨୦୨୪: ନିର୍ବାଚନ ଖର୍ଚ୍ଚ ପାଇଁ ୨,୪୪୨.୮୫ କୋଟି ବଜେଟ୍ – Kalinga News

[ad_1]
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଆଜି ଲୋକସଭା ନିର୍ବାଚନ ୨୦୨୪ର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବା ଅନୁସାରେ ‘ଗଣତନ୍ତ୍ରର ମାତା’ ଭାବେ ବିବେଚିତ ଭାରତ କେବଳ ସର୍ବବୃହତ୍ ଗଣତନ୍ତ୍ର ନୁହେଁ, ବରଂ ନିର୍ବାଚନରେ ସର୍ବାଧିକ ଖର୍ଚ୍ଚ କରୁଥିବା ଦେଶ ଭିତରେ ମଧ୍ୟ ଏହା ରହିଛି। ଅନେକ ଗବେଷଣା ଓ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତର ନିର୍ବାଚନ ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ମଧ୍ୟରୁ ଅନ୍ୟତମ। ନିର୍ବାଚନୀ ଖର୍ଚ୍ଚ ଭିତରେ ରାଜନୈତିକ ଦଳ ଓ ସେମାନଙ୍କ ନିଜ ନିଜ ପ୍ରାର୍ଥୀଙ୍କ ଦ୍ୱାରା କରାଯାଉଥିବା ଖର୍ଚ୍ଚ ଏକ ଦିଗ ହୋଇଥିବା ବେଳେ ଅନ୍ୟ ଦିଗ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ବାଚନ କମିସନଙ୍କୁ ବଜେଟ୍ ଆବଣ୍ଟନ।

Sambad is now on WhatsApp
Join and get latest news updates delivered to you via WhatsApp
ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ଅନ୍ତରୀଣ ବଜେଟ ୨୦୨୪ରେ ନିର୍ବାଚନ ଖର୍ଚ୍ଚ ପାଇଁ ପୂର୍ବବର୍ଷର ୨,୧୮୩.୭୮ କୋଟି ଟଙ୍କାରୁ ୨,୪୪୨.୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦୦୦ କୋଟି ଟଙ୍କା ଲୋକସଭା ନିର୍ବାଚନ ପାଇଁ ଯିବ, ଯାହା କି ଗତବର୍ଷ ୧୮୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ସେହିପରି ଭୋଟର ପରିଚୟପତ୍ର ପାଇଁ ଗତବର୍ଷ ମାତ୍ର ୧୮ କୋଟି ଟଙ୍କା ଆବଣ୍ଟନ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ୪୦୪.୮୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୩-୨୪ରେ ଭୋଟର ପରିଚୟପତ୍ର ପାଇଁ ସଂଶୋଧିତ ବଜେଟ୍ ଥିଲା ୭୯.୬୬ କୋଟି ଟଙ୍କା। ଇଭିଏମ୍ ପାଇଁ ବଜେଟ୍ ଆବଣ୍ଟନ ୩୪.୮୪ କୋଟି ଟଙ୍କା ରହିଛି। ଅନ୍ୟାନ୍ୟ ନିର୍ବାଚନ ଖର୍ଚ୍ଚ ବାବଦରେ ମୋଟ ୧୦୦୩.୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗାମୀ ଆର୍ଥିକ ବର୍ଷ ପାଇଁ ନିର୍ବାଚନ ଆୟୋଜନ ଲାଗି ମୋଟ ଆବଣ୍ଟନ ବାବଦରେ ୨,୪୦୮.୦୧ କୋଟି ଟଙ୍କା ରହିଛି। ଚଳିତ ଆର୍ଥିକ ବର୍ଷରେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଆୟୋଗକୁ ୩୨୧.୮୯ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ସେଥିମଧ୍ୟରୁ ୩୦୬.୦୬ କୋଟି ଟଙ୍କା ନିର୍ବାଚନ ପରିଚାଳନାରେ ହେବାକୁ ଥିବା ଖର୍ଚ୍ଚ ପାଇଁ ରହିଛି।
ସାର୍ବଜନୀନ କାର୍ଯ୍ୟ ପାଇଁ ରଖାଯାଇଥିବା ରାଶି ହେଉଛି ୨.୦୧ କୋଟି ଟଙ୍କା। ପ୍ରଶାସନିକ ସେବା ପାଇଁ ୧୩.୮୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସଂସଦର ଶୀତକାଳୀନ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ୩୧୪୭.୯୨ କୋଟି ଟଙ୍କା ଏବଂ ନିର୍ବାଚନ କମିସନଙ୍କ ପ୍ରଶାସନ ପାଇଁ ୭୩.୬୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରିଥିଲେ। ଗତବର୍ଷ ନିର୍ବାଚନ ଆୟୋଗଙ୍କୁ ୪୬୬.୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ବିପୁଳ ପରିମାଣରେ ୩୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
[ad_2]