ଅପରାଧ

ଅନଲାଇନ ବେଟିଂ ଆପର ପ୍ରମୋସନ କରିବା ଅଭିନେତାଙ୍କୁ ମହଙ୍ଗା ପଡ଼ିଲା: ମାଡ଼ିବସିଲା ଏସଆଇଟି – Kalinga News

[ad_1]

ନୂଆଦିଲ୍ଲୀ: ଅଭିନେତା ସାହିଲ ଖାନଙ୍କୁ ‌ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୁଲିସ  ଏସଆଇଟି ଛତିଶଗଡ଼ରୁ ସାହିଲ ଖାନଙ୍କୁ ଗିରଫ କରିବା ପରେ ମ୍ବମ୍ବାଇକୁ ନେଇଛି।

ସାହିଲ ଖାନ ‘ଦ ଲାୟନ ବୁକ ଆପ’ ନାମକ ଅନଲାଇନ ବେଟିଂ ଆପ ସହ ଯୋଡ଼ି ହୋଇ ରହିଥିଲେ।  ଯାହାକି ମହାଦେବ ଅନଲାଇନ ଆପ ନେଟୱାର୍କର ଏକ ଅଂଶୀଦାର ବୋଲି ବି କୁହାଯାଉଛି। ଅଭିନେତା ଜାମିନ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦିଆଯାଇଛି।

ମହାଦେବ ଅନଲାଇନ ଆପରେ ଅନେକ ଅଭିନେତାଙ୍କ ନାମ ସାମିଲ ରହିଛି।  ଏହି ତାଲିକାରେ ଏବେ ସାହିଲ ଖାନଙ୍କ ନାମ ବି ଯୋଡ଼ି ହୋଇଯାଇଛି।  ଅଭିନେତାଙ୍କ ବିରୋଧରେ ‘ଦ ଲାୟନ ବୁକ ଆପ’ର ପ୍ରମୋଟ କରିବା ସହିତ ଓ ତାଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାର ଅଭିଯୋଗ ହୋଇଛି।

ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ ସମେତ ୩୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଲୋକଙ୍କ ମଧ୍ୟରେ ଅଭିନେତା ସାହିଲ ଖାନଙ୍କ ନାମ ମଧ୍ୟ ଅଛି। ସାହିଲ ‘ଷ୍ଟାଇଲ’ ଏବଂ ‘ଏକ୍ସକ୍ୟୁଜ ମି’ ଭଳି ମୁଭିରେ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି। ଏହାପରେ ସେ ଜଣେ ଫିଟନେସ ଏକ୍ସପର୍ଟ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button