ଅପରାଧ

ବିଭିନ୍ନ ଅପରାଧିକ ମାମଲାରେ ଜଡିତ ୨୧ ୱାରେଣ୍ଟି ଗିରଫ – Kalinga News

[ad_1]

ବେତନଟୀ ସଦର: ମୟୁରଭଞ୍ଜ ଏସପିଙ୍କ ନିର୍ଦେଶକ୍ରମେ ତଥା ବେତନଟୀ ଏସଡିପିଓ ସୁଦର୍ଶନ ଦାଶଙ୍କ ପ୍ରତକ୍ଷ ତତ୍ୱାବଧାନରେ ନିର୍ବାଚନ ପୂର୍ବରୁ ବେତନଟୀ ଓ ବୈଶିଙ୍ଗା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରାଯାଇ ୨୧ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାଇ ବେତନଟୀ ଥାନା ଅଧିକାରିଣୀ ସସ୍ମିତା ମହାନ୍ତ ଗତ କିଛିଦିନ ହେବ ନିଜର ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ପୁରୁଣା ଅପରାଧିକ ମାମଲାରେ ଜଡିତ ଫେରାର ଅପରାଧୀଙ୍କୁ ଖୋଜିବାର ପ୍ରୟାସ ଆରମ୍ଭ କରିଥିଲେ। ଆଉ ଆଜି ସେଥିରେ ତାଙ୍କ ଟିମକୁ ମିଳିଛି ବଡ଼ ସଫଳତା। ଏକାଧିକ ସ୍ଥାନରେ ଚଢ଼ାଉ କରି ବେତନଟୀ ପୁଲିସ ମୋଟ ୧୭ଜଣ ୱାରେଣ୍ଟିକୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନେ ହେଲେ ଜିଆର କେସ ନଂ ୩୪୦/୨୦୦୫ରେ ଜଡିତ ୯ ଜଣ ଅଭିଯୁକ୍ତ ଉକ୍ତ ଥାନା ଅଧୀନ ଭ୍ରମରଗୋଳା ଗ୍ରାମର ବାସନ୍ତୀ ମହାନ୍ତ, ସୁଭଦ୍ରା ମହାନ୍ତ, ସମବାରୀ ମହାନ୍ତ, ସରସ୍ବତୀ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ପରମେଶ୍ୱର ମହାନ୍ତ, କୌଶଲ୍ୟା ମହାନ୍ତ, ଝୁନା ମହାନ୍ତ ଓ ବାସନ୍ତୀ ମହାନ୍ତ।

ସେହିଭଳି ଜିଆର କେସ ନଂ ୧୪୮/୨୦୧୫ରେ ଜଡିତ ଓରାଚନ୍ଦାବିଲା ଗ୍ରାମର ଅଜୟ ନାଏକଙ୍କ ସହିତ ବୈଶିଙ୍ଗା ଥାନା କେସ ନଂ ୨୨୧/୨୦୧୫ରେ ଜଡିତ ଓରାଚନ୍ଦାବିଲା ଗ୍ରାମର ସଚିନ୍ଦ୍ର ବିନ୍ଧାଣୀ, ଗିତୁନ ବିନ୍ଧାଣୀ, ମିଥୁନ ବିନ୍ଧାଣୀ, ମନୋରଞ୍ଜନ ବିନ୍ଧାଣୀ, ପୁରୁଷୋତ୍ତମ ବିନ୍ଧାଣୀ, ରାଜନ ବିନ୍ଧାଣୀ ଓ ଦେବେନ୍ଦ୍ରନାଥ ବିନ୍ଧାଣୀ l ସମସ୍ତ ୧୭ଜଣ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି। ଅନୁରୂପ ଭାବେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ବୈଶିଙ୍ଗା ପୁଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣ ୱାରେଣ୍ଟିଙ୍କୁ ଗିରଫପୂର୍ବକ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ବୈଶିଙ୍ଗା ଥାନା କେସ ନଂ ୪୨/୨୦୦୬ରେ ଜଡିତ ବନମାଳୀପୁର ଗ୍ରାମର କାଶରୀ ମୁର୍ମୁ, ସଂଗରାଇ ମୁର୍ମୁ, ଭୁଜୁ ମୁର୍ମୁ ଓ କେସ ନଂ ୧୦୩/୦୬ରେ ଜଡିତ ମଦାସାହି ଗ୍ରାମର ଗୁରୁଭା ମୁର୍ମୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button