ମନୋରଞ୍ଜନ

ଫ୍ରାଇଡେ ରିଲିଜ୍‌: ଫ୍ରାଇଡେ ରିଲିଜ୍‌ ‘ବସ୍ତର-ଦି ନକ୍ସଲ ଷ୍ଟୋରି’ ଓ ‘ଯୋଦ୍ଧା’ – Kalinga News

[ad_1]

ମୈ ରହୁଁ ନାରହୁଁ, ଦେଶ୍‌ ହମେସା ରହେଗା…

ଭୁବନେଶ୍ବର: ବୀର ଯବାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ନେଇ ଶୁକ୍ରବାର ରିଲିଜ୍‌ ହେବ ‘ଯୋଦ୍ଧା’ ଓ ‘ବସ୍ତର’ ଭଳି ଦୁଇଟି ଭିନ୍ନ ଧରଣର ଆକ୍ସନ ହିନ୍ଦୀ ଫିଲ୍ମ। ‘ଯୋଦ୍ଧା’ ଜଣେ ବୀର ସୈନିକଙ୍କ ସଂଘର୍ଷର କାହାଣୀ କହୁଥିବା ବେଳେ ‘ବସ୍ତର’ରେ ଛତିଶଗଡ଼ସ୍ଥ ବସ୍ତର ଜିଲ୍ଲାରେ ମାଓବାଦୀଙ୍କ ଦ୍ବାରା ଘଟିଥିବା ବର୍ବରକାଣ୍ଡକୁ ପରଦାକୁ ଅଣାଯାଇଛି। ‘ଯୋଦ୍ଧା’ରେ ଅଭିନେତା ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ଆକ୍ସନ ସାଙ୍ଗକୁ ‘‘ମୈ ରହୁଁ ନାରହୁଁ, ଦେଶ୍‌ ହମେସା ରହେଗା’’ ଭଳି ଦମଦାର୍‌ ଡାଏଲଗ୍‌ ଫ୍ୟାନ୍‌ମାନଙ୍କ ଆକର୍ଷଣର କେନ୍ଦ୍ର ସାଜିଛି। ଏଥିରେ ସିଦ୍ଧାର୍ଥଙ୍କ ସମେତ ରାଶି ଖାଁ, ଦିଶା ପଟାନୀ ମୁଖ୍ୟ ଭୂମିକା‌ରେ ଅଭିନୟ କରିଛନ୍ତି। ଏହି ଆକ୍ସନ ଥ୍ରିଲର୍‌ ଫିଲ୍ମକୁ ସାଗର ଅମ୍ବ୍ରେ ଓ ପୁଷ୍କର ଓଝା ନିର୍ଦ୍ଦେଶନା ଦେଇଛନ୍ତି। ଭୁବନେଶ୍ବର ଏସ୍‌ପ୍ଲାନେଡ୍‌ରେ ସକାଳ ୯ଟା ୨୦ରୁ ରାତି ୧୧ଟା ୧୦ ମଧ୍ୟରେ ଏହାର ୭ଟି ସୋ’, ବିଏମ୍‌ସି ଭବାନୀ ମଲ୍‌ରେ ସକାଳ ୯ଟା ୫୫ରୁ ରାତି ୧୦ଟା ୪୫ ଯାଏ ୪ଟି ସୋ’, ଡିଏନ୍‌ ରେଗାଲିଆ ମଲ୍‌ରେ ସକାଳ ୯ଟା ୪୫ରୁ ରାତି ୧୦ଟା ୩୦ ଯାଏ ୫ଟି ସୋ’ ଏବଂ ସିମ୍ଫୋନି ମଲ୍‌ରେ ସକାଳ ୯ଟା ୫ରୁ ରାତି ୧୦ଟା ୨୦ ଯାଏ ୪ଟି ସୋ’ ଲାଗିଛି।

ସେହିପରି ‘ବସ୍ତର- ଦି ନକ୍ସଲ ଷ୍ଟୋରି’ରେ ଭାରତରେ ନକ୍ସଲଙ୍କ ଆତଙ୍କରାଜକୁ ଦର୍ଶାଯାଇଛି। କୁହାଯାଇଛି, ପାକିସ୍ତାନ ସହିତ ଭାରତର ହୋଇଥିବା ୪ଟି ଯୁଦ୍ଧରେ ମୋଟ୍‌ ୮,୭୩୮ ଯବାନ ସହିଦ ହୋଇଥିବାବେଳେ ସେହି ସମୟରେ ଦେଶ ଭିତରେ ସକ୍ରିୟ ଥିବା ନକ୍ସଲମାନେ ୧୫ ହଜାରରୁ ଅଧିକ ଯବାନଙ୍କୁ ମାରିଛନ୍ତି। ଛତିଶଗଡ଼ର ବସ୍ତର ଜିଲ୍ଲାରେ କିଭଳି ନିରୀହ ଲୋକଙ୍କୁ ମାଓବାଦୀ ସଜା ସାଉଥିଲା ଓ କେହି ପ୍ରତିବାଦ କଲେ କିଭଳି ନୃଶଂସ ଭାବେ ହତ୍ୟା କରାଯାଉଥିଲା, କିଭଳି ତ୍ରିରଙ୍ଗା ଉଡ଼ାଇବାର ଦଣ୍ଡ ମୃତ୍ୟୁ ହେଉଥିଲା ତାହା ଦର୍ଶାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ‌ସେନ୍। ମୁଖ୍ୟ ଭୂମିକାରେ ଆଦାହ ଶର୍ମା, ଇନ୍ଦିରା ତିୱାରୀ, ବିଜୟ କ୍ରିଷ୍ଣା, ଶିଳ୍ପା ଶୁକ୍ଳା, ସୁବ୍ରତ ଦତ୍ତ ଓ ରାଇମା ସେନ୍‌ ପ୍ରମୁଖ ଅଭିନୟ କରିଛନ୍ତି। ଭୁବନେଶ୍ବର ଏସ୍‌ପ୍ଲାନେଡ୍‌ରେ ସକାଳ ୯ଟା ୪୦ରୁ ଅପରାହ୍ନ ୪ଟା ୧୫ ଯାଏ ଏହାର ୩ଟି ସୋ’, ଉତ୍କଳ କନିକା ଗ୍ୟାଲେରିଆରେ ସକାଳ ୯ଟା ୪୫ରୁ ରାତି ୧୦ଟା ୩୦ ଯାଏ ୩ଟି ସୋ’, ବିଏମ୍‌ସି ଭବାନୀ ମଲ୍‌ରେ ସନ୍ଧ୍ୟା ୬ଟା ୧୦ରେ ଗୋଟିଏ ସୋ’ ଓ ଜଟଣୀ ବୀଣା ଥିଏଟରରେ ସକାଳ ୯ରୁ ରାତି ୯ ମଧ୍ୟରେ ୩ଟି ସୋ’ ଲାଗିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button