ଖେଳ ଖବର

ଆଇପିଏଲ୍ : ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୮ ଓ୍ବିକେଟରେ ହରାଇଲା କୋଲକାତା ନାଇଟରାଇଡର୍ସ – Kalinga News

[ad_1]

କୋଲକାତା : କୋଲକାତାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୮ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୮ ଓ୍ବିକେଟରେ ପରାସ୍ତ କଲା କୋଲକାତା ନାଇଟରାଇଡର୍ସ ।

କୋଲକାତା ଆଗରେ ବିଜୟ ପାଇଁ ଲକ୍ଷ୍ନୌ ପକ୍ଷରୁ ୧୬୨ ରନର ଲକ୍ଷ୍ୟ ରଖାଯାଇଥିବାବେଳେ କୋଲକାତା ତାହାକୁ ୧୫.୪ ଓଭରରେ ୨ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳପକ୍ଷରୁ ଫିଲିପ୍ ସଲ୍ଟ ଅପରାଜିତ ୮୯ ରନ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଶ୍ରେୟସ ଆୟର ଅପରାଜିତ ୩୮ ରନ କରିଥିଲେ ।

ଏହି ମ୍ୟାଟରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ଦଳର ଦୁଇ ଓପନର କ୍ବିଣ୍ଟନ ଡିକକ୍ ଓ କେଏଲ ରାହୁଲ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ବି ଡକକ୍ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ରାହୁଲ୍ ୩୯ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ । କିନ୍ତୁ ଦିପକ୍ ହୁଦା ମାତ୍ର ୮ ରନ କରି ଆଉଟ ହୋଇଥିବାବେଳେ ଆୟୁଷ ବାଦୋନି ୨୯ ରନ କରିଥିଲେ । ମାର୍କସ ଷ୍ଟୋଇନିସ୍ ୧୦ ରନ କରି ଆଉଟ ହୋଇଥିଲେ । ତେବେ ଶେଷ ବେଳକୁ ନିକୋଲାସ ପୁରନ ୪୫ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ ଓ ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟକ ହୋଇଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୧ ରନ କରିଥିଲା ।  କୋଲକାତା ପକ୍ଷରୁ ମିଚେଲ ଷ୍ଟାକ୍ ୨ଟି ଓ୍ବିକେଟ ନେଇଥିବାବେଳେ ସୁନୀଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ,ଆନ୍ଦ୍ରେ ରସେଲ ଓ ବୈଭବ ଆରୋରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button