ମତୁଆଙ୍କ ଭୋଟ୍ ବ୍ୟାଙ୍କ କୁଆଡ଼େ ଯିବ? ସିଏଏ ଲାଗୁ ପରେ ମମତା ନା ମୋଦୀ ପାଇବେ ଫାଇଦା – Kalinga News

[ad_1]
କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ ହେବାପରେ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ବେଶ୍ ସରଗରମ ହେବାକୁ ଯାଉଛି। କାରଣ ସିଏଏ ଦ୍ବାରା ରାଜ୍ୟର ମତୁଆ,ନମୋଶୁଦ୍ର ଏବଂ ରାଜବଂଶୀ ସମୁଦାୟ ସିଧା ସଳଖ ଉପକୃତ ହେବେ। ରାଜ୍ୟର ମୋଟ ଜନସଂଖ୍ୟାର ୧୦ରୁ ୧୫ ପ୍ରତିଶତ ହେଉଛନ୍ତି ମତୁଆ ସମୁଦାୟ। ଅନୁସୂଚିତ ଜାତିରେ ସାମିଲ ହୋଇଥିବା ମତୁଆ ସମୁଦାୟ ରାଜ୍ୟର ୫ଟି ଲୋକସଭା ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ସକ୍ଷମ।

Sambad is now on WhatsApp
Join and get latest news updates delivered to you via WhatsApp
ମତୁଆ ସମୁଦାୟ ମୂଳରୂପେ ବାଂଲାଦେଶରୁ ଆସିଛନ୍ତି। ସେମାନେ ଭାରତର ସ୍ବାଧୀନତା ସମୟରେ ଏବଂ ପରେ ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ ପ୍ରତାଡ଼ିତ ହୋଇଛନ୍ତି।
ଏକ ଦଶନ୍ଧି ଧରି ମତୁଆମାନେ ସିଏଏ ଦାବି କରି ଆସୁଥିଲେ। ସେମାନଙ୍କ ପାଖରେ କୌଣସି କାଗଜପତ୍ର ନାହିଁ। ସିଏଏ ଲାଗୁ ହେବା ଦ୍ବାରା ସେମାନେ ବେଶ୍ ଉପକୃତ ହେବେ। ୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ବିଜେପି ସିଏଏ ଲାଗୁ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଫଳରେ ମତୁଆଙ୍କର ବେଶ୍ ସମର୍ଥନ ମଧ୍ୟ ଦଳକୁ ମିଳିଥିଲା। ଫଳରେ ବିଜେପିକୁ ୧୮ ଆସନ ମିଳିଥିଲା।
ସିଏଏ ଲାଗୁ ହେବାରେ ବିଳମ୍ବ ହେବାରୁ ୨୦୨୧ରେ ମତୁଆମାନେ ବିଜେପି ପ୍ରତି ବିମୁଖ ହୋଇଯାଇଥିଲେ। ଫଳରେ ଏହାର ଫାଇଦା ଟିଏମସି ନେଇଥିଲା।
ମତୁଆ ମହାସଂଘର ପ୍ରମୁଖ ତଥା ବନଗାଁଓ ଲୋକସଭା ଆସନର ବିଜେପି ସାଂସଦ ଶାନ୍ତନୁ ଠାକୁର କେନ୍ଦ୍ର ମନ୍ତ୍ରୀ ଅଛନ୍ତି। ସେ ଜାନୁଆରୀରେ ସିଏଏ ଲାଗୁ ହେବା ନେଇ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ବାଟରେ କଣ୍ଟା ବୁଣିଛନ୍ତି। ସେ ଜାଣିଶୁଣି ସିଏଏକୁ ଏନଆରସି ସହିତ ଯୋଡ଼ିଛନ୍ତି। ମମତା କହୁଛନ୍ତି ସିଏଏ ଦ୍ବାରା ନାଗରିକତା ଛଡ଼ାଇ ନିଆଯିବ। ମମତା ମତୁଆ ସମୁଦାୟର ମୁକୁଟମଣି ଅଧିକାରୀଙ୍କୁ ଟିଏମସିରେ ସାମିଲ କରାଇଛନ୍ତି। ସେ ନଦିଆ ଜିଲ୍ଲାର ରାଣାଘାଟର ଭାଜପା ବିଧାୟକ ଥିଲେ। ଟିଏମସି ତାଙ୍କୁ ରାଣାଘାଟରୁ ଲୋକସଭା ଟିକେଟ ଦେଇଛି।
[ad_2]