ରାଜନୀତି

ବଜାରରେ ବୁଲି ପ୍ରଚାର କଲେ ତାରା – Kalinga News

[ad_1]

ଜୟପୁର:  ନିର୍ବାଚନକୁ ମାତ୍ର ରହିଛି ୮ଦିନ। ପ୍ରଚାରକୁ ଆଉ ୬ଦିନ। ଏଣୁ ନେତାଙ୍କ ଆଖିରେ ଆଉ ନିଦ୍ ନାହିଁ। କଂଗ୍ରେସ ପ୍ରାର୍ଥୀ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରବିବାର ସକାଳୁ ଦ‌ୈନିକ ବଜାରରେ ବୁଲି ବୁଲି ପ୍ରଚାର କରିଥିଲେ। ବଜାରରେ ଥିବା ସବୁ ସଉଦା, ପନିପରିବା ଦୋକାନୀଓ ଗ୍ରାହକଙ୍କୁ ଭେଟି ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଗତ ୧୦ବର୍ଷ ମଧ୍ୟରେ ସେ ଜୟପୁର ସହର ଏବଂ ନିର୍ବାଚନମଣ୍ଡଳୀର ବିକାଶ ଦିଗରେ କଣ କଣ କାମ କରିଛନ୍ତି ସେ ସଂପର୍କରେ କହିଥିଲେ। ଦୈନିକ ବଜାର ନିଆଁ ଲାଗିବା ପରେ ବ୍ୟବସାୟୀମାନେ ହଇରାଣ ହରକତ ହେବା ପରେ ପୌରପାଳିକାକୁ ତୁରନ୍ତ ଜଣାଇ ତ୍ବରିତ ବେଗରେ ପିଣ୍ଡି ନିର୍ମାଣ କରାଯାଇଛି ବୋଲି କହିଥିଲେ।

ସେଭଳି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଆମିଷ ବଜାର ନିର୍ମାଣ କରାଯିବାର ପ୍ରକ୍ରିୟା ଜାରୀ ରହିଛି। ସେ ଜିତିଲେ ନିଶ୍ଜିତ ରୁପେ ବଜାରର ରୁପରେଖରେ ବ୍ୟାପକ ପରିବର୍ତ୍ତନ ଆଣିବା ଦିଗରେ ପ୍ରୟାସ କରିବେ ବୋଲି କହିଥିଲେ। ସେଭଳି ବାମୁଣୀଗାଁରେ ଆୟୋଜିତ ଡ୍ରାଇଭର ମହାସଂଘ ବୈଠକରେ ଯୋଗ ଦେଇ ଭୋଟଭୀକ୍ଷା କରିଥିଲେ। ତାଙ୍କ ସହ ପୌରଅଧ୍ୟକ୍ଷ ‌ନରେନ୍ଦ୍ର ମହାନ୍ତି, ବ୍ଲକ ସଭାପତି ବସନ୍ତ ନାୟକ, କାଉନସିଲର, ପିଭି ସତ୍ୟନାରାୟଣ ଆଦି ଯୋଗ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button