ମନୋରଞ୍ଜନ

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଏଭଳି ଭାବେ ଉପହାର ଦେଲେ ଅମୀର – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏକ ଉପହାର ଦେଇଛନ୍ତି। ନିକଟରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସିତାରେ ଜମିନ୍ ପର’ର ଘୋଷଣା କରିଛନ୍ତି।

ପ୍ରକାଶିତ ରିପୋର୍ଟ ମୁ୍ତାବକ, ‘ସିତାରେ ଜମିନ୍ ପର’ର କାହାଣୀ ଡାଉନ୍ ସିଣ୍ଡ୍ରୋମ ଉପରେ ଆଧାରିତ ହେବ। ସିନେମାର କିଛି ଦୃଶ୍ୟ ଦର୍ଶକଙ୍କୁ ଭାବୁକ କରି ଦେଲା ଭଳି ଥିବା ବେଳେ ଆଉ କିଛି ଦୃଶ୍ୟର ଦର୍ଶକ ଖୁବ ମଜା ନେବେ ବୋଲି ଆମୀର ଖାନ ନିଜେ ଉଲ୍ଲେଖ କରିଛନ୍ତି।

କୌତୁହଳର ବିଷୟ ହେଉଛି ଅମୀରଙ୍କ ଏହି ଚଳଚ୍ଚିତ୍ରର ଶୀର୍ଷକ ତାଙ୍କର ପୁରୁଣା ସୁପରହିଟ୍ ଫିଲ୍ମ ‘ତାରେ ଜମିନ୍ ପର’ ସହିତ ପାଖାପାଖି ସମାନ ରହିଛି।

 

‘ସିତାରେ ଜମିନ୍ ପର’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଆର.ଏସ ପ୍ରସନ୍ନ ଦେବେ। ଅଭିନେତ୍ରୀ ଜେନେଲିଆ ଡି’ସୁଜାଙ୍କୁ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନିଆଯିବ ବୋଲି ଆଲୋଚନା କରାଯାଉଛି। କିନ୍ତୁ ଏନେଇ କୌଣସି ଅଧିକାରିକ ଭାବେ ଘୋଷଣା କରାଯାଇନାହିଁ।  ତେବେ ସିନେମାର ସୁଟିଂ ଓ ରିଲିଜ ତାରିଖକୁ ନେଇ ବି କିଛି ସ୍ପଷ୍ଟ ହୋଇନାହିଁ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button