ରାଜନୀତି

ସୋନିଆଙ୍କୁ ଭେଟିବା ପରେ… ଅମିତାଙ୍କ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା – Kalinga News

[ad_1]

ତଳସରାରୁ ଆଶାୟୀ ଥିଲେ, ଏବେ ଝାରସୁଗୁଡ଼ାରେ ଲଢ଼ିପାରନ୍ତି

ସୁନ୍ଦରଗଡ଼: ତଳସରାରେ ଟିକଟ ନ ପାଇ ନିରାଶ ହୋଇଥିବା କଂଗ୍ରେସନେତ୍ରୀ ଅମିତା ବିଶ୍ବାଳ ଝାରସୁଗୁଡ଼ା ବିଧାନସଭା ଆସନରୁ ଲଢ଼ିବେ। ଗତ ୧୭ ତାରିଖରେ ଅମିତା  ନୂଆଦିଲ୍ଲୀସ୍ଥ କଂଗ୍ରେସ ମୁଖ୍ୟାଳୟରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାପରେ ଏହି ଚର୍ଚ୍ଚା ଜୋର୍‌ ଧରିଛି। ହସ୍ତଗତ ସୂଚନା ଅନୁସାରେ, ସୋନିଆ ଗାନ୍ଧୀ ଓ ଅମିତାଙ୍କ ମଧ୍ୟରେ ବେଶ୍‌ କିଛିସମୟ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଶ୍ରୀମତୀ ଗାନ୍ଧୀ ଅମିତାଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିଷୟରେ ପଚାରିଥିଲେ। ରାଜୀବ ଓ ତାଙ୍କ ସହ ହେମାନନ୍ଦଙ୍କ ସମ୍ପର୍କ କେମିତି ନିବିଡ଼ ଥିଲା, ସେ ସମ୍ପର୍କରେ କହିଥିଲେ।

ଏହାପରେ ହେମାବାବୁଙ୍କ ମୃତ୍ୟୁ କେମିତିହେଲା ବୋଲି ପଚାରିବା ସହ ତାଙ୍କ ଦେହାନ୍ତ ଆମକୁ ବହୁତ ଦୁଃଖ ଦେଇଥିଲା ବୋଲି କହିଥିଲେ। ସୁନ୍ଦରଗଡ଼ର ରାଜନୀତି ଓ କଂଗ୍ରେସର ସ୍ଥିତି ସମ୍ପର୍କରେ ବି ପଚାରି ବୁଝିଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ୨୦୧୯ରେ ରାଜନୀତିକୁ ପ୍ରବେଶ କରିଥିବା ହେମାନନ୍ଦଙ୍କ ସାନଝିଅ ଅମିତା ଚଳିତ ନିର୍ବାଚନରେ ସେ ତଳସରା ଆସନରୁ ଲଢ଼ିବାକୁ ଆଶା ରଖିଥିଲେ। ହେଲେ କଂଗ୍ରେସ୍ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କିଙ୍କୁ ପ୍ରାର୍ଥୀ କରିବାରୁ ଅମିତା କିଛିଦିନ ପାଇଁ ରାଜନୈତିକ ଦୃଶ୍ୟପଟ୍ଟରୁ ଅପସରି ଯାଇଥିଲେ। ପରବର୍ତ୍ତୀ ସମୟରେ ଦଳ ପ୍ରବୋଧଙ୍କ ଟିକଟ୍‌ କାଟି ଦେବେନ୍ଦ୍ର ଭିତିରିଆଙ୍କୁ ତଳସରା ମଇଦାନକୁ ଓହ୍ଲାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button