ଆଇପିଏଲରୁ ବିଶ୍ବକପ ଖେଳିବା ପାଇଁ ମିଳିବ ଟିକେଟ: ବହୁ ଖେଳାଳିଙ୍କ ଲାଗି ଅଗ୍ନିପରୀକ୍ଷା – Kalinga News

[ad_1]
କୋଲକାତା: ଆଇପିଏଲର ୧୭ ତମ ସିଜିନ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଟୂର୍ଣ୍ଣାମେଣ୍ଟର ୧୦ ଦଳ ଏନେଇ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି। ପ୍ରାୟ ୨ ମାସ ଧରି ହେବାକୁ ଥିବା ଏହି ସିଜିନ୍ ଟିମ୍ ଇଣ୍ଡିଆର ବହୁ ଖେଳାଳିଙ୍କ ପାଇଁ ଅଗ୍ନିପରୀକ୍ଷା ହେବ। ଆଇପିଏଲରେ ଭଲ ଖେଳ ପ୍ରଦର୍ଶନ କଲେ ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ଜୁନ୍ ମାସରେ ଆମେରିକା ଏବଂ ୱେଷ୍ଟ ଇଣ୍ଡିଜରେ ହେବାକୁ ଥିବା ଟି-୨୦ ବିଶ୍ବକପରେ ସାମିଲ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଟି-୨୦ ବିଶ୍ବ କପରେ ରୋହିତ ଶର୍ମା ଅଧିନାୟକ ହେବେ। କିନ୍ତୁ ତାଙ୍କର ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଟିମ୍ ରେ ଅଧିନାୟକ ଦାୟିତ୍ବ ହାର୍ଦ୍ଦିକ ପାଣ୍ଡ୍ୟା ତୁଲାଇବେ। ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ନେଇ ବିବାଦ ଜାରି ରହିଛି। ଏହାକୁ ନେଇ ରୋହିତ ମଧ୍ୟ ଖୁସି ନାହାନ୍ତି। ଫଳରେ ରୋହିତ ଏବଂ ହାର୍ଦ୍ଦିକଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲି ନ ଥିବା କୁହାଯାଉଛି।
ଏହାର ପ୍ରଭାବ ଟି-୨୦ ବିଶ୍ବକପରେ ଟିମ୍ ଇଣ୍ଡିଆରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ରୋହିତ ଧର୍ମଶାଳା ଟେଷ୍ଟରେ ଆଘାତ ପାଇଥିଲେ। ଫଳରେ ସେ ତୃତୀୟ ଦିନର ମ୍ୟାଚ୍ ଖେଳି ନ ଥିଲେ। ଏବେ ଆଇପିଏଲରେ ତାଙ୍କୁ ସତର୍କ ରହିବାକୁ ପଡ଼ିବ। ଆଘାତ ଯନ୍ତ୍ରଣା ବଢ଼ିଲେ ତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ।
ବିରାଟ କୋହଲିଙ୍କୁ ଟି-୨୦ ବିଶ୍ବକପରୁ ଡ୍ରପ୍ କରାଯିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଆଇପିଏଲରେ ବିରାଟ ଭଲ ପ୍ରଦର୍ଶନ କଲେ ଚୟନ କମିଟି ଟି-୨୦ ବିଶ୍ବକପ ପାଇଁ ତାଙ୍କୁ କେବେ ମଧ୍ୟ ନଜର ଆନ୍ଦାଜ କରିପାରିବେ ନାହିଁ ବୋଲି କୁହାଯାଉଛି।
[ad_2]




