ଅପରାଧ
୩୪ କେଜି ଗଞ୍ଜେଇ ସହ କାର ଜବତ; ଅଭିଯୁକ୍ତ ଗିରଫ – Kalinga News

[ad_1]
ବ୍ୟାସନଗର: ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ଆଜି ଗୋପବନ୍ଧୁ ଛକ ପେଟ୍ରୋଲ ପମ୍ପ ନିକଟରେ ଚଢ଼ଉ କରାଯାଇ ୩୪ କେଜି ଗଞ୍ଜେଇ ସହ ଏକ କାର୍ ଜବତ କରାଯାଇଛି। ଜବତ କାର ନମ୍ବର ଓଡି ୩୩ ଏଲ ୯୦୩୦।
Sambad is now on WhatsApp
Join and get latest news updates delivered to you via WhatsApp
ଏ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଜୟପୁର ଗ୍ରାମର ତାରିଣୀ ମଲ୍ଲିକ (୩୫)। ଢେଙ୍କାନାଳରୁ କାର୍ ଯୋଗେ ବ୍ୟାସନଗରକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା। ଗାଡ଼ିକୁ ଯାଞ୍ଚ କରିବାରୁ ଦୁଇଟି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା।
କେସ୍ ନମ୍ବର ୭୩/୨୪ ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶକ୍ରମେ ଡୋଲିପୁର ଅବକାରୀ ଅଧିକାରୀ ନାରାୟଣ ବେହେରା, ଏସ୍ଆଇ ଶ୍ରୀକାନ୍ତ କୁମାର ପଣ୍ଡା, ଏସ୍ଆଇ କ୍ଷୀରୋଦ କୁମାର ସାହୁ, ଶୁଭସ୍ମିତା ପ୍ରଧାନ, ମାଳତୀ ମାଝୀ ଓ ସୁଚିତ୍ରା ନାୟକ ଏହି ଚଢ଼ଉ କରିଥିଲେ।
[ad_2]




