ଖେଳ ଖବର

କୋହଲିଙ୍କୁ କୃତଜ୍ଞତା ଜଣାଇଲା ଆର୍‌ସିବି: ୧୬ ବର୍ଷ, ୧ ରାଜା – Kalinga News

[ad_1]

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହ ଭାରତର ତାରକା ବ୍ୟାଟର୍‌ ବିରାଟ କୋହଲି ଗତ ୧୬ ବର୍ଷ ହେଲା ରହିଛନ୍ତି। ଦଳ ସହ ଏହି ଯାତ୍ରାକୁ ନେଇ ଆର୍‌ସିବି ଉତ୍ସବ ପାଳନ କରିଛି। କୋହଲିଙ୍କ ଏକ ରଙ୍ଗୀନ ପୋଷ୍ଟରକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସ୍ମରଣୀୟ କରିଛି। ଏହାର ଶିରୋନାମରେ ଲେଖିଛି ‘୧୬ ବର୍ଷ, ୧ ରାଜା’। ଆର୍‌ସିବି କୋହଲିଙ୍କୁ ନିଜ ଦଳ ପାଇଁ ଚିରସ୍ଥାୟୀ ସମ୍ରାଟ ଭାବେ ଗଣି ନେଇଥିଲା ବେଳେ ଏବେ ଏଥିରେ ସର୍ବକାଳୀନ ଶ୍ରେଷ୍ଠ (ଗୋଟ୍‌) ‌ଯୋଡ଼ିଛି। ଏହି ଆଖିଦୃଶିଆ ପୋଷ୍ଟର୍‌ରେ ୩୫ ବର୍ଷୀୟ ଏହି ବ୍ୟାଟର୍‌ କିଛି ଟିଭି ଆଗରେ ଆତ୍ମବିଶ୍ବାସ ସହ ଠିଆ ହୋଇଥିବାର ଦେଖାଯାଇଛନ୍ତି। ଏହି ଟିଭି ପରଦାରେ ଆର୍‌ସିବି ଜର୍ସି‌ ପିନ୍ଧିଥିବା ବେଳର କିଛି ମୁହୂର୍ତ୍ତ ରହିଛି। ଏଥିରେ ୨୦୦୮ରେ ଆଇପିଏଲ୍‌ ଉଦ୍‌ଘାଟନ୍‌ ପରଠୁ ଦଳ ପାଇଁ କୋହଲିଙ୍କ ବିଭିନ୍ନ ଯୋଗଦାନର ଦୃଶ୍ୟ ରହିଛି। ଅଧିନାୟକ ପଦ ଛାଡ଼ିବା ପରେ ବି କୋହଲି ଦଳର ମାର୍ଗଦର୍ଶକ ରହିଛନ୍ତି। ଆର୍‌ସିବି ପାଇଁ କୋହଲି ୨୩୭ ମ୍ୟାଚ୍‌ ଖେଳି ୧୩୦ ଷ୍ଟ୍ରାଇକ୍‌ରେଟ୍‌ରେ ୭୨୬୩ ରନ୍‌ କରିଛନ୍ତି। ଏଥିରେ ୫୦ ଅର୍ଦ୍ଧଶତକ ଓ ୭ ଶତକ ରହିଛି। ଆର୍‌ସିବି ଚଳିତ ମାସ ୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରୁ ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button