ରାଜନୀତି

ଆଶାୟୀ ଓ ସମର୍ଥକଙ୍କ ରଣହୁଙ୍କାର: ମେଣ୍ଟ ହେଉ ବା ନହେଉ! – Kalinga News

[ad_1]

ଯାଜପୁର: ବିଜେଡି ଓ ବିଜେପି ମେଣ୍ଟକୁ ନେଇ ଏଯାବତ୍‌ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ। ତେବେ, ଏହି ପ୍ରସଙ୍ଗରେ ଯାଜପୁର ରାଜନୀତି ବେଶ୍‌ ସରଗରମ ହେବାରେ ଲାଗିଛି। ବିଶେଷକରି ଉଭୟ ଦଳର ଆଶାୟୀ ଥିବା ପ୍ରାର୍ଥୀମାନେ ନିଜର ଭବିଷ୍ୟତ ନେଇ ଅଙ୍କ କଷିବା ସହିତ ଗୋଟିଚାଳନା ଆରମ୍ଭ କରି ଦେଇଛନ୍ତି। ଏକାଧିକ ଆଶାୟୀ ପ୍ରାର୍ଥୀ ମେଣ୍ଟ ହେଉ କି ନହେଉ, ସେମାନଙ୍କୁ ଟିକେଟ ନମିଳିଲେ ମଧ୍ୟ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି ତାଙ୍କର ସମର୍ଥକମାନେ କହିବା ଆରମ୍ଭ କରିଛନ୍ତି। ଏପରିକି ସେମାନଙ୍କ ପ୍ରଚାରପ୍ରସାର ମଧ୍ୟ ବେଶ୍‌ ପ୍ରଭାବଶାଳୀ ହେବାରେ ଲାଗିଛି।

ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ କୋରେଇରୁ ୨୦୦୪ ନିର୍ବାଚନରେ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି ବିଧାୟିକା ହୋଇଥିଲେ। ଏଥର ବିଜେପି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ବଡ଼ଚଣାର ଅମର ନାୟକ, ଧର୍ମଶାଳାର ହିମାଂଶୁ ଶେଖର ସାହୁ (ଲିକୁ), ସୁକିନ୍ଦାର ପ୍ରଦୀପ ବଳସାମନ୍ତ(ଟୁଟୁ ବଳ)। କୌଣସି ପରିସ୍ଥିତିରେ ପ୍ରତିଦ୍ବନ୍ଦ୍ବିତାରୁ ସେମାନେ ଓହରିବେ ନାହିଁ ବୋଲି ଯେଝାଯେଝା ସମର୍ଥକ କହୁଥିବା ଦେଖିବାକୁ ମିଳୁଛି। ସେହିପରି, ବିଜେଡି ଶିବିର ମଧ୍ୟରେ କୋରେଇରେ ମୋ କଲେଜ ଅଧ୍ୟକ୍ଷ ପୂର୍ବତନ ବିଧାୟକ ଆକାଶ ଦାସନାୟକ ଓ ବରୀ ବିଜେଡି ରାଜ୍ୟ ସମ୍ପାଦକ ବିଶ୍ବରଞ୍ଜନ ମଲ୍ଲିକଙ୍କ ସମର୍ଥକ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଏକପ୍ରକାର ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀ ନହେଲେ ବି ସେମାନେ ପ୍ରତିଦ୍ବନ୍ଦ୍ବିତା କରିବେ କି ନାହିଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେମାନଙ୍କ ସପକ୍ଷରେ ଯଥାକ୍ରମେ କୋରେଇ ଓ ବରୀ ନିର୍ବାଚନମଣ୍ଡଳୀରେ ଏକପ୍ରକାର ବାତାବରଣ ସୃଷ୍ଟି ହୋଇସାରିଛି। ତେବେ, ମେଣ୍ଟ ହେବା ନହେବା ଏବଂ ହେଲେ କିମ୍ବା ନହେଲେ ବି ଏମାନଙ୍କ ପଦକ୍ଷେପ କ’ଣ ହେବ, ଏହା ଉପରେ ସମସ୍ତଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button