ଚୁପ୍ ବସିଛି ଖଣିବିଭାଗ ଏନ୍ଫୋର୍ସମେଣ୍ଟ ଟିମ୍; ବିନା ଅନୁମତିରେ ଚୋରା ବାଲି ଚାଲାଣ – Kalinga News
[ad_1]
ରାଉରକେଲା/ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଲହୁଣିପଡ଼ା ତହସିଲ ଅନ୍ତର୍ଗତ ଦିଗି ଗ୍ରାମସ୍ଥ ଦିଗି ବାଲିଘାଟରୁ ବେଆଇନ ଚୋରା ବାଲି ଚାଲାଣ ହେଉଛି। ମାସ ମାସ ଧରି ଏଭଳି ବେଧଡ଼କ ବାଲି ଉତ୍ତୋଳନ ହେଉଛି। କିନ୍ତୁ ସ୍ଥାନୀୟ ପୁଲିସ ଓ ଖଣି ବିଭାଗ ନୀରବଦ୍ରଷ୍ଟା ସାଜିଛି। ଉକ୍ତ ବାଲିଘାଟଟି ଗତ ଦୁଇ ବର୍ଷ ପୂର୍ବରୁ ଲିଜ୍ ଅବଧି ସରିଯାଇଛି। ଖଣି ବିଭାଗର ସମସ୍ତ ନୀତିନିୟମକୁ ଉଲ୍ଳଂଘନ କରି ସ୍ଥାନୀୟ ଅଞ୍ଚଳର କିଛି ବାଲି ମାଫିଆ ଏଭଳି ବେଆଇନ କାମ କରୁଥିବା ଅଭିଯୋଗ ହେଉଛି। ବାଲି ମାଫିଆମାନେ ସ୍ଥାନୀୟ ଟ୍ରାକ୍ଟର ମାଲିକଙ୍କ ସହ ଭିତିରି ସଲାସୁତୁରା କରି ବେଧଡ଼କ୍ ଘାଟରୁ ବାଲି ଚୋରି କରୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ରାତି ୧୦ଟାରୁ ଭୋର ୪ଟା ଯାଏଁ ବାଲିଘାଟରୁ ବାଲି ଚୋରି ହେଉଛି। ଏତେ ପରିମାଣରେ ବାଲି ଘାଟରୁ ଚୋରି ହେଉଛି ଯେ, ରାସ୍ତା ବାଲିରେ ପୋତି ହୋଇପଡୁଛି।ଦିଗି ବାଲିଘାଟରୁ ଟ୍ରାକ୍ଟର ଯୋଗେ ବାଲି ଉଠାଇ ଗ୍ରାମ ରାସ୍ତା ଦେଇ ସାଧୁବାହାଲ ଛକ ମୁଖ୍ୟ ରାସ୍ତା ଦେଇ ଯାତାୟତ କରୁଥିବା ଜଣାପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଟ୍ରାକ୍ଟର ଯୋଗେ ବାଲି ବୋଝେଇ କରି ରାସ୍ତା ଦେଇ ଯାଉଥିବାବେଳେ ସ୍ଥାନୀୟ ପୁଲିସର ନଜର ନ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାତି ସମୟରେ ଠିକ୍ ଭାବେ ପୁଲିସ ପେଟ୍ରୋଲିଂ ହେଉ ନଥିବାରୁ ବାଲି ମାଫିଆମାନେ ଏହାର ଭରଫୁର ଫାଇଦା ଉଠାଉଛନ୍ତି। ସ୍ଥାନୀୟ ଲୋକ ଏ ସଂକ୍ରାନ୍ତରେ ଖଣି ବିଭାଗର ତଦାରଖ ଦାୟିତ୍ବରେ ଅଧିକାରୀଙ୍କୁ ଅନେକ ବାର କହିଥିଲେ ହେଁ ଫଳ ଶୂନ। ସ୍ଥାନୀୟ ତହସିଲର କିଛି କ୍ଷମତା ନଥିଲାବେଳେ, କିଛି ତଳିଆ କର୍ମଚାରୀ ଏମିତି ବେଆଇନ କାମକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ଫଳରେ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଇବାକୁ ପଡ଼ୁଛି। ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
[ad_2]