ନୀତୀଶଙ୍କ ପରେ ଝଟ୍କା ଦେଲେ ମମତା: ଇଣ୍ଡି ମେଣ୍ଟରେ ସବୁ ଠିକ୍ଠାକ୍ ଚାଲିନି – Kalinga News

[ad_1]
ମହାରାଷ୍ଟ୍ର ଅଡ଼ୁଆ ତୁଟୁନି
ନୂଆଦିଲ୍ଳୀ: ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ବିରୋଧରେ ମିଳିତ ଲଢ଼େଇ ପାଇଁ ଗଠିତ ଇଣ୍ଡିଆ ମେଣ୍ଟରେ ସବୁ ଠିକ୍ ଠାକ୍ ଚାଲିନାହିଁ। ଏହି ମେଣ୍ଟର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏବେ ଯାଇ ବିଜେପିରେ। ନୀତୀଶ ଝଟକା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଏହି ମେଣ୍ଟ ଏବେ ସ୍ଥିତିକୁ ସୁଧାରିବା ଲାଗି ଉଦ୍ୟମ ଚଳାଇଥିବା ବେଳେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଉ ଏକ ଝଟକା ଦେଇଛନ୍ତି। ରାଜ୍ୟର ସମସ୍ତ ୪୨ଟି ଆସନରେ ତାଙ୍କ ଦଳ ପ୍ରାର୍ଥୀ ଘୋଷଣା କରିଛି। ଆସନ ବୁଝାମଣା ନେଇ କଂଗ୍ରେସ ଅପେକ୍ଷା କରିଥିବା ବେଳେ ମମତାଙ୍କ ଏପରି ଘୋଷଣାରୁ ସ୍ପଷ୍ଟ ହୋଇଯାଉଛି ଯେ ମେଣ୍ଟରେ ସବୁକିଛି ଠିକ୍ ଠାକ୍ ଚାଲିନାହିଁ।
ଉତ୍ତର ପ୍ରଦେଶ ସହିତ ଦିଲ୍ଲୀ, ଗୋଆ, ହରିଆଣା, ଗୁଜରାଟ ଓ ତାମିଲନାଡୁରେ ଅଂଶୀଦାର ଦଳମାନଙ୍କ ସହିତ କଂଗ୍ରେସର ଆସନ ବୁଝାମଣା ଚୂଡ଼ାନ୍ତ ହୋଇସାରିଛି। ବିହାରରେ ଲାଲୁ ଯାଦବଙ୍କ ଆରଜେଡି ଏବଂ ଝାଡ଼ଖଣ୍ଡରେ ଜେଏମଏମ୍ ସହିତ ଆଲେଚନା ଶେଷ ପର୍ଯ୍ୟାୟରେ ପହଂଚିଛି। ଆଉ କିଛି ଦିନ ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଯିବ। କିନ୍ତୁ ମେଣ୍ଟ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ପଶ୍ଚିମ ବଙ୍ଗ ଏବଂ ମହାରାଷ୍ଟ୍ରରେ ଦେଖାଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ୟୁପିରେ ଦୀର୍ଘ ଦିନର କସରତ୍ ପରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହିତ କଂଗ୍ରେସ ଆସନ ବୁଝାମଣା କରିବାରେ ସମର୍ଥ ହୋଇଛି। ସେହିଭଳି ଦିଲ୍ଲୀ, ଗୁଜରାଟ ଓ ହରିଆଣାରେ ଅରବିନ୍ଦ କେଜ୍ରିୱାଳଙ୍କ ଆପ୍ ସହିତ ବୁଝାମଣା ସରିଛି। ଏହିସବୁ ରାଜ୍ୟରେ ଅଧିକ ଆସନରେ ପ୍ରାର୍ଥୀ ଦେବାଲାଗି କଂଗ୍ରେସ ଜିଦ୍ କରିଥିବା ବେଳେ ଆଞ୍ଚଳିକ ଦଳ ଏଥିଲାଗି ପ୍ରସ୍ତୁତ ହେଉନଥିଲେ। ଯେଉଁଥିପାଇଁ ଉଭୟ ଅଖିଳେଶ ଏବଂ କେଜ୍ରିୱାଲ ସମସ୍ତ ଆସନରେ ନିଜ ଦଳର ପ୍ରାର୍ଥୀ ଦେବାକୁ ଧମକ ଦେଇଥିଲେ। ସେମାନଙ୍କ ଧମକ ପରେ କଂଗ୍ରେସ ନରମିବା ପରେ ଆସନ ବୁଝାମଣା ସମ୍ଭବ ହୋଇଛି। ୟୁପିରେ ୮୦ଟି ଲୋକସଭା ଆସନ ମଧ୍ୟରୁ ସମାଜବାଦୀ ପାର୍ଟି ୬୩ଟି ଆସନରେ ପ୍ରାର୍ଥୀ ଦେବ ଏବଂ ଅବଶିଷ୍ଟ ୧୭ଟି ଆସନ କଂଗ୍ରେସ ପାଇଁ ଛାଡ଼ି ଦିଆଯାଇଛି। ପ୍ରଥମେ ଏତେ କମ୍ ଆସନ ପାଇଁ କଂଗ୍ରେସ ରାଜି ହେଉ ନଥିଲା। କିନ୍ତୁ ଅଖିଳେଶଙ୍କ ଧମକ ଓ ମେନକା ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ସମାଧାନର ବାଟ ଫିଟିଥିଲା। ସେହିଭଳି ଦିଲ୍ଲୀରେ ୭ଟି ଲୋକସଭା ଆସନ ମଧ୍ୟରୁ ଆପ୍ ୪ଟିରେ ଏବଂ କଂଗ୍ରେସ ୩ଟିରେ ମିଳିତ ପ୍ରାର୍ଥୀ ଦେବେ। ଗୁଜରାଟ, ଗୋଆ ଏବଂ ହରିଆଣାରେ ମଧ୍ୟ ଭାଗବଣ୍ଟା ଶେଷ ହୋଇଛି।
କିନ୍ତୁ ପଶ୍ଚିମ ବଙ୍ଗରେ ଏହା ସମ୍ଭବ ହୋଇପାରି ନାହିଁ। ରାଜ୍ୟର ୪୨ଟି ଆସନ ମଧ୍ୟରୁ କଂଗ୍ରେସ ପାଇଁ ମାତ୍ର ଦୁଇଟି ଆସନ ଛାଡ଼ିବା ଲାଗି ମମତା ପ୍ରସ୍ତାବ ଦେଇଥିଲେ। କିନ୍ତୁ ଅଧିକ ଆସନ ପାଇଁ ଦାବି କରୁଥିଲା କଂଗ୍ରେସ। ମମତାଙ୍କର ଯୁକ୍ତି ଥିଲା ଯେ ରାଜ୍ୟରେ ଏବେ କଂଗ୍ରେସର ମାତ୍ର ଦୁଇ ଜଣ ସାଂସଦ ଅଛନ୍ତି। କଂଗ୍ରେସ ସ୍ଥିତି ଭଲ ନାହିଁ। ତେଣୁ ତାକୁ ଅଧିକ ଆସନ ଦେଇହେବ ନାହିଁ। କଂଗ୍ରେସ ଏଥିରେ ରାଜି ନହେବାରୁ ସେ ସମସ୍ତ ୪୨ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି। କେତେକ କଂଗ୍ରେସ ନେତା ଏଥିପାଇଁ ମମତାଙ୍କୁ ସମାଲୋଚନା କରି ଅଭିଯୋଗ ଆଣିଛନ୍ତି ଯେ ମୋଦୀଙ୍କୁ ଖୁସି କରିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଶା ପ୍ରକାଶ କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ମମତାଙ୍କ ସହିତ ଆସନ ବୁଝାମଣା ହୋଇଯିବ।
ସେହିଭଳି ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟରେ ଆସନ ଭାଗବଣ୍ଟା ପ୍ରାୟ ଛିଡ଼ିଯାଇଛି। କିନ୍ତୁ କିଏ କେଉଁ ଆସନରେ ଲଢ଼ିବ, ତାହାକୁ ନେଇ ମତଭେଦ ଲାଗି ରହିଛି। ରାଜ୍ୟର ୪୮ଟି ଆସନ ମଧ୍ୟରୁ ଉଦ୍ଧବଙ୍କ ଶିବ ସେନା ଭାଗରେ ୨୦ଟି ଆସନ ପଡ଼ିଥିବା ବେଳେ କଂଗ୍ରେସ ଭାଗରେ ୧୮ ଏବଂ ଶରଦ ପାୱାରଙ୍କ ଏନ୍ସିପିକୁ ୧୦ଟି ଆସନ ମିଳିଛି। କିନ୍ତୁ ମୁ୍ମ୍ବାଇର ତିନିଟି ଲୋକସଭା ଆସନକୁ ନେଇ କଂଗ୍ରେସ ଓ ଉଦ୍ଧବଙ୍କ ଶିବ ସେନା ମଧ୍ୟରେ ମତଭେଦ ତୀବ୍ର ହୋଇଛି। ଦକ୍ଷିଣ କେନ୍ଦ୍ରୀୟ ମୁମ୍ବାଇ, ଉତ୍ତର ପଶ୍ଚିମ ମୁମ୍ବାଇ ଏବଂ ଉତ୍ତର ପୂର୍ବ ମୁମ୍ବାଇ ଆସନକୁ ନେଇ ଟଣାଓଟରା ଚାଲିଛି। କଥାବାର୍ତ୍ତା ଚାଲିଥିବା ବେଳେ ଉଦ୍ଧବ ଉତ୍ତର ପଶ୍ଚିମ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ନେତା କ୍ଷୁବ୍ଧ ହୋଇଛନ୍ତି। ଏହି ଆସନକୁ ଆଖେଇଥିବା କଂଗ୍ରେସର ବରିଷ୍ଠ ନେତା ସଂଜୟ ନିରୁପମ୍ ଉଦ୍ଧବଙ୍କୁ ବଚେକୁଚେ ପାର୍ଟିର ମୁଖ୍ୟ ବୋଲି କହି ସମାଲୋଚନା କରିଛନ୍ତି। ଏହାକୁ ନେଇ ଶିବ ସେନା କ୍ଷୁବ୍ଧ ହୋଇଛି। ଏହାର ତୁରନ୍ତ ସମାଧାନ ନହେଲେ ଏଠି ବି ମେଣ୍ଟ ଭୁଶୁଡ଼ି ପଡ଼ିବ ବୋଲି ସେନାର ଜଣେ ନେତା ଧମକ କଦେଇଛନ୍ତି।
[ad_2]




