ମହାରାଷ୍ଟ୍ର ଆସନ ବୁଝାମଣା ନେଇ ଉଭୟ ମେଣ୍ଟରେ ଅଚଳାବସ୍ଥା – Kalinga News
[ad_1]
ମୁମ୍ବାଇ: ଆଗାମୀ ସଂସଦୀୟ ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଆସନ ବୁଝମଣା କ୍ଷେତ୍ରରେ ଜଟିଳ ସ୍ଥିତି ଦେଖିବାକୁ ମିଳିଛି। ଗୋଟିଏ ପଟେ ଇଣ୍ଡି ମେଣ୍ଟର ୩ ପ୍ରମୁଖ ଦଳ ଆସନ ସଂଖ୍ୟାକୁ ନେଇ ସପ୍ତାହେ ତଳୁ ସହମତି ପ୍ରକାଶ କରିଥିବା ବେଳେ ଏବେ ବିଭିନ୍ନ ଆସନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେବାକୁ ମସୁଧା ଚଳାଇଥିବାରୁ ସଙ୍କଟ ବଢ଼ିଯାଇଛି। ରାଜ୍ୟରେ ମୋଟ ୪୮ ଲୋକସଭା ଆସନରୁ ଉଦ୍ଧବ ଠାକ୍ରେଙ୍କ ଶିବସେନା ୨୦ ଆସନ, କଂଗ୍ରେସ ୧୯ ଆସନ ଏବଂ ଏନ୍ସିପି-ଏସ୍ପି ୧୦ ଆସନରେ ଲଢ଼ିବାକୁ ସହମତି ପ୍ରକାଶ କରିଥିଲେ। ତେବେ କେତେକ ଆସନକୁ ନେଇ ବିବାଦ ବଢ଼ିଥିବାରୁ ପୂର୍ବ ବୁଝାମଣା ଭଣ୍ଡୁର ହେବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ବିଜେପି ୩୪ ଆସନରେ ଲଢ଼ିବାକୁ ନିଜର ଦୁଇ ସହଯୋଗୀ ଶିବସେନା ଏବଂ ଏନ୍ସିପିକୁ ପ୍ରସ୍ତାବ ଦେଇଛି। ତେବେ ଅଜିତ ପାୱାରଙ୍କ ଏନ୍ସିପି ୧୦ ଆସନ ଏବଂ ସିନ୍ଦେଙ୍କ ଶିବସେନା ୧୮ ଆସନରେ ଲଢ଼ିବାକୁ ଜିଦ୍ ଧରିଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟରେ ଏବେ କଂଗ୍ରେ-ଉଦ୍ଧବ ସେନା ସଂପର୍କ ତିକ୍ତ ହୋଇଛି। ମୁମ୍ବାଇ ଉତ୍ତର ପଶ୍ଚିମ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଅମୋଲ କୀର୍ତ୍ତିକର ତାଙ୍କ ଦଳର ପ୍ରାର୍ଥୀ ହେବେ ବୋଲି ଉଦ୍ଧବ ଘୋଷଣା କରିବା ପରେ କଂଗ୍ରେସ ଏବଂ ଶିବସେନା (ୟୁବିଟି) ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସ ନେତାମାନେ ଉଦ୍ଧବଙ୍କୁ ଜଣେ ପ୍ରଭାବଶୂନ୍ୟ ନେତା ବୋଲି ବର୍ଣ୍ଣନା କରିବା ସହ ତାଙ୍କ ପାଇଁ ମେଣ୍ଟ ଦୁର୍ବଳ ହେଉଛି ବୋଲି କହିବାକୁ ପଛାଇନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ନିରୁପମ ଏକ ସୋସିଆଲ ମିଡିଆ ପୋଷ୍ଟରେ ଶିବସେନା (ୟୁବିଟି)ର ପ୍ରାର୍ଥୀ ଘୋଷଣା ନିଷ୍ପତ୍ତି ମେଣ୍ଟ ଧର୍ମର ଉଲ୍ଲଂଘନ କରୁଛି ବୋଲି କହିଛନ୍ତି। ଏମଭିଏର ଦୁଇ ଡଜନ ବୈଠକ ସତ୍ତ୍ୱେ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ତେଣୁ ଉଦ୍ଧବ ଗୋଷ୍ଠୀ କେଉଁ ଆଧାରରେ ପ୍ରାର୍ଥୀ ଘୋଷଣା କରୁଛି ଏବଂ ଏହା ମେଣ୍ଟ ଧର୍ମର ଉଲ୍ଲଂଘନ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସର ଶୀର୍ଷ ନେତୃତ୍ୱ ଏଥିରେ ହସ୍ତକ୍ଷେପ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଶିବସେନା (ୟୁବିଟି) ସଞ୍ଜୟ ନିରୁପମଙ୍କୁ ଟାର୍ଗେଟ କରି କହିଛି ଯେ ସଞ୍ଜୟ ୨୦୧୪ ଓ ୨୦୧୯ରେ ଲୋକସଭା ନିର୍ବାଚନ ହାରିଥିଲେ। ଏପରିକି ତାଙ୍କ ଦଳର କୌଣସି ଗୁରୁଦାୟିତ୍ବ ମଧ୍ୟ ତାଙ୍କ ପାଖରେ ନାହିଁ। ବୋଧହୁଏ ସେଥିପାଇଁ ତାଙ୍କୁ ଇଣ୍ଡି ମେଣ୍ଟ ବୈଠକକୁ ନିମନ୍ତ୍ରଣ କରାଯାଉନଥିଲା। ଅନ୍ୟପକ୍ଷରେ ଏନ୍ଡିଏ ମେଣ୍ଟରେ ମଧ୍ୟ ଜଟିଳ ସ୍ଥିତି ଲାଗି ରହିଛି। ଏକନାଥ ସିନ୍ଦେଙ୍କ ଗଡ଼ କୁହାଯାଉଥିବା ଥାନେ ଲୋକସଭା ଆସନରୁ ପ୍ରାର୍ଥୀ ଦେବ ବୋଲି ବିଜେପି ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ବିଜେପି ଏହି ଆସନରେ ଗଣେଶ ନାୟକଙ୍କୁ ଟିକେଟ୍ ଦେବାକୁ ବିଚାର କରୁଛି। ଅନ୍ୟପଟେ ଶିବସେନା ଏଠାରୁ ରବୀନ୍ଦ୍ର ଫାଟକଙ୍କୁ ଟିକେଟ ଦେବାକୁ ଚାହୁଁଛି ।
[ad_2]