ଶଙ୍ଖ ଭବନରେ ତାତିଲେ ଯୁବ-ଛାତ୍ର ନେତା: ପାଣ୍ଡିଆନ-ପ୍ରଣବ-ମାନସଙ୍କ ବିରୋଧରେ ଗର୍ଜିଲେ – Kalinga News

[ad_1]
ପାଣ୍ଡିଆନଙ୍କ ପାଇଁ ସାମ୍ବାଦିକ ସମ୍ମିଳନୀ ନକରିବାକୁ ଚେତାବନୀ
ଭୁବନେଶ୍ବର: ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ବରିଷ୍ଠ ନେତାମାନେ ଏ ପର୍ଯ୍ୟନ୍ତ ପାଟି ଫିଟାଇନାହାନ୍ତି। ଯୁବ-ଛାତ୍ର ନେତାମାନେ କିନ୍ତୁ ଭୀଷଣ କ୍ଷୁବ୍ଧ ହୋଇପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତା ବାହାରେ ସେମାନେ ଦେଖିପାରୁନାହାନ୍ତି। ଭାରତବର୍ଷରେ ସବୁଠାରୁ ଦୀର୍ଘ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥାନ୍ତେ ନବୀନ। ଏ ରାସ୍ତାରେ ଯିଏ ପ୍ରତିବନ୍ଧକ ସାଜିଲେ, ସେମାନେ ଦଳର ଶତ୍ରୁ ବୋଲି ଅଭିହିତ କରି ଗର୍ଜନ ତର୍ଜନ ଆରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେମାନେ ଭି କେ ପାଣ୍ଡିଆନଙ୍କୁ ବିଜେଡି ପରାଜୟ ପାଇଁ ଦାୟୀ କରି ଶଙ୍ଖ ଭବନ ମାଟି ନମାଡ଼ିବା ପାଇଁ ଚେତାବନୀ ଦେଉଥିଲେ। ଆଜି ସନ୍ଧ୍ୟାରେ କିନ୍ତୁ ଏହି ଅସନ୍ତୋଷ ସିଧାସଳଖ ଶଙ୍ଖ ଭବନରେ ଦେଖିବାକୁ ମିଳିଥିଲା। ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି ପରିସ୍ଥିତିରେ ପାଣ୍ଡିଆନ ଓ ତାଙ୍କ ବଚସ୍କର ସାଜିଥିବା ନେତାଙ୍କୁ ଶଙ୍ଖ ଭବନରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସମୟ ଥିଲା ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା। ବହୁ ଯୁବ ଓ ଛାତ୍ର ନେତା ଶଙ୍ଖ ଭବନରେ ପହଞ୍ଚିଥିଲେ। ସେମାନେ ସେଠାରେ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧରେ ନାରାବାଜି କଲେ। ଏମାନେ ସମସ୍ତେ ମିଶି ବିଜେଡିକୁ ବୁଡ଼ାଇଦେଲେ ବୋଲି ଆରୋପ ଲଗାଇଥିଲେ। ଏହି ସମୟରେ ସେଠାରେ ମୁଖପାତ୍ର ଲେନିନ୍ ମହାନ୍ତି ଓ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପାଣ୍ଡିଆନ ଦଳକୁ ବୁଡ଼ାଇଲା ପରେ ବି ଗତକାଲି ତାଙ୍କୁ ସୁରକ୍ଷା ଦେଇ ସସ୍ମିତ ପାତ୍ର କାହିଁକି ସାମ୍ବାଦିକ ସମ୍ମିଳନୀ କଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏଥି ପାଇଁ କିଏ ଅନୁମତି ଦେଇଥିଲା? ଲେନିନ୍ ମହାନ୍ତି ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବାରୁ ସେମାନଙ୍କ ସହ ମୁହଁାମୁହିଁ ହୋଇଥିଲେ। ପାଣ୍ଡିଆନଙ୍କ ଚାମ୍ଚା ସାଜି କିଛି ମୁଖପାତ୍ର ଦଳକୁ ତଳିତଳାନ୍ତ କରିଛନ୍ତି ବୋଲି ସେମାନେ ଗର୍ଜିଥିଲେ। ପ୍ରିୟବ୍ରତ ମଧ୍ୟ ସେମାନଙ୍କ ରୋଷରୁ ବାଦ୍ ପଡ଼ିନଥିଲେ। କିଛି ସମୟ ପାଇଁ ସେଠାରେ ଭୀଷଣ ଉତ୍ତେଜନା ପ୍ରକାଶ ପାଇଥିଲା।
ଏହି ସମୟରେ ପ୍ରଣବ ଦାସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ଯୁବନେତାମାନେ ତାଙ୍କୁ ମଧ୍ୟ ସିଧାସଳଖ ଦାୟୀ କରି ଭୀଷଣ ଗାଳି ଦେଇଥିଲେ। ଦୁଇ ଦିନ ହେଲା ସମସ୍ତେ ବିଜେଡିକୁ ‘ପାଣ୍ଡିଆନ ମୁକ୍ତ’ କରିବାକୁ ଉଦ୍ୟମ କରୁଥିଲା ବେଳେ ସସ୍ମିତ ପାତ୍ର କାଲି କାହିଁକି ସାମ୍ବାଦିକ ସମ୍ମିଳନୀ ଡାକି ପାଣ୍ଡିଆନଙ୍କୁ ସୁରକ୍ଷା ଦେଲେ ବୋଲି ସେମାନେ ପଚାରିଥିଲେ। ପ୍ରଣବ ଏହାର ଉତ୍ତର ଦେଇପାରି ନଥିଲେ। ଯଦି ପାଣ୍ଡିଆନଙ୍କ ସପକ୍ଷରେ କୌଣସି ନେତା ବାହାରି ଦଳକୁ ପୁଣି ବରବାଦ କରିବେ, ତେବେ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଯୁବ-ଛାତ୍ର ନେତାମାନଙ୍କ ଏମିତି ରୂପ ଦେଖି ପ୍ରଣବ ହଡ଼ବେଡ଼ଇ ଯାଇଥିଲେ। ତାଙ୍କର ଆଉ ପୁରୁଣା ହାକିମାତି କାମ କରି ନଥିଲା। ନିଜ ସାଧ୍ୟମତେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଦଳକୁ ମଜଭୂତ କରିବା ପାଇଁ ସଭାପତି ଉଦ୍ୟମ କରୁଛନ୍ତି ଓ ମିଳିମିଶି କାମ କରିବା ବୋଲି ବୁଝାଇଥିଲେ।
[ad_2]




