ଦେଶ- ବିଦେଶ

ରାଜନୀତିର ରଣଭୂମୀରେ ଅଭିନେତ୍ରୀ ରଚନା ବାନାର୍ଜୀ; ଟିଏମସିରୁ ଲଢ଼ିବେ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତିର ରଣଭୂମୀରେ ପାଦ ଥାପିବେ ବଙ୍ଗୀୟ ତଥା ଓଡ଼ିଆ ଅଭିନେତ୍ରୀ ରଚନା ବାନାର୍ଜୀ । ସେ ଚଳିତ ବର୍ଷ ଟିଏମସି ଟିକେଟରୁ ଲଢିବାକୁ ଯାଉଛନ୍ତି ଲୋକସଭା ନିର୍ବାଚନ। ତେବେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି ମମତାଙ୍କ ତୃଣମୂଳ କଂଗ୍ରେସ । ଏହା ବ୍ୟତୀତ ଭାରତର ପୂର୍ବତନ ଷ୍ଟାର କ୍ରିକେଟର ତଥା ଅଲରାଉଣ୍ଡର ୟୁସୁଫ ପଠାନଙ୍କୁ ବହରାମପୁର ଆସନରୁ ସାଂସଦ ପ୍ରାର୍ଥି ଭାବରେ ଚୟନ କରିଛି ଟିଏମସି ।

ମିଳିଥିବା ସୂଚନା ଅନୁଯାଇ, ଆଜି ପଶ୍ଚିମବଙ୍ଗର ସମସ୍ତ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । ଯେଉଁଥିରେ ଅଭିନୟ ଏବଂ କ୍ରିକେଟ ଜଗତରୁ ଅନେକ ପରିଚିତ ଚେହେରା ସାମିଲ ହୋଇଛନ୍ତି । ଏହି ୪୨ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ କ୍ରିକେଟର ୟୁସଫ୍ ପଠାନଙ୍କ ସହିତ ମହୁଆ ମୋଇତ୍ରୋ, ଶତ୍ରୁଘ୍ନ ସିହ୍ନା, ସୟାନି ଘୋଷ ମଧ୍ୟ ରହିଛନ୍ତି ।ତେବେ ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ପୁଣି ଥରେ ନିଜ ସଂସଦୀୟ କ୍ଷେତ୍ର ଆସନସୋଲରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ବର୍ତ୍ତମାନ ଏହି ଆସନରେ ସେ ସାଂସଦ ରହିଛନ୍ତି । ସେହିପରି ତୃଣମୂଳ କଂଗ୍ରେସର ନେତ୍ରୀ ମହୁଆ ମୋଇତ୍ରୋ ପୁଣିଥରେ କ୍ରିଷ୍ଣାନଗର ଆସନରୁ ଲଢିବାକୁ ଯାଉଥିବାବେଳେ ୟୁସଫ୍ ପଠାନ ବରହାମପୁର, ସୟାନି ଘୋଷ ଜାଦବପୁର, ଗୋପାଳ ଲାମ୍ବା ଦାର୍ଜିଲିଂ ଏବଂ ଅଭିଷେକ ବାନାର୍ଜୀ ଡାଇମଣ୍ଡ ହାର୍ବରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେବେ ଟିଏମସି ଏହିଭଳି ହେବି ୱେଟ ନେତା ମାନଙ୍କୁ ଲୋକସଭା ନିର୍ବାଚନ ପାର୍ଥି କରି କେଉଁ ପ୍ରକାର ରାଜନୀତିର ସତ୍ତା ଚଳାଉଛି ତାକୁ ଦେଖିବାକୁ ବାକି ରହିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button