ଦେଶ- ବିଦେଶ

ସଲମାନଙ୍କୁ ଭେଟିଛନ୍ତି ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା!: ଫଟୋର ସତ୍ୟତା କ’ଣ ଜାଣନ୍ତୁ…

ମୁମ୍ବାଇ: ସଲମାନ ଖାନ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ସିକନ୍ଦର ସୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରତିଦିନ ଏହି ଚଳଚ୍ଚିତ୍ର ସହ ଜଡିତ ଅପଡେଟ୍ ଏବଂ ସେଟ୍ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ସଲମାନ ଖାନଙ୍କ ସିକନ୍ଦର ସୁଟିଂ ସମୟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ସେଟ୍ରେ ଭାଇଜାନଙ୍କୁ ସାକ୍ଷାତ କରିଥିବା ଦେଖିବାକୁ ମିଳୁଛି।

ସଲମାନ ଏବଂ ଆରାଧ୍ୟାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ବିଷୟରେ ଗୁଜବ ମଧ୍ୟରେ ୟୁଜରମାନେ ସଲମାନ ଏବଂ ଆରାଧ୍ୟାଙ୍କ ଫଟୋ ଏକାଠି ଦେଖିବା ପରେ ଅନେକ କଳ୍ପନାଜଳ୍ପନା କରୁଛନ୍ତି। ଏନେଇ ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି।

ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନ ଏକଦା ଅତି ନିକଟତର ଥିଲେ। କିନ୍ତୁ ସେମାନଙ୍କ ପଥ ଅଲଗା ହୋଇଯାଇଥିଲା। ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିବାବେଳେ ସଲମାନ ଖାନ ଏକୁଟିଆ ରହିଯାଇଥିଲେ। ଲୋକେ ତଥାପି ସେମାନଙ୍କ ପ୍ରେମ ବିଷୟରେ କଥାବାର୍ତ୍ତା କରିଥାନ୍ତି। ତେବେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହର ବହୁ ବର୍ଷ ପରେ ଉଭୟଙ୍କ ମଧ୍ୟରେ ମତଭେଦ ଖବର ସାମ୍ନାକୁ ଆସିଛି।

ଏହା ମଧ୍ୟ କୁହାଯାଉଛି ଯେ ଦୁହେଁ ଏକାଠି ରୁହନ୍ତି ନାହିଁ। ସେମାନଙ୍କ ସମ୍ପର୍କ ଛାଡପତ୍ରର ପଥରେ ଅଛି। ଏଭଳି ପରିବେଶ ମଧ୍ୟରେ ସଲମାନ ଖାନ ଏବଂ ଆରାଧ୍ୟାଙ୍କ ଭୋଟର ଫଟୋ ପଦାକୁ ଆସିବା ପରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ସତ୍ୟ ହେଉଛି ଏହି ଫଟୋ ଅସଲି ନୁହେଁ। ଏହା ନକଲି ଏବଂ ଏହାକୁ ଆରାଧ୍ୟା ଭାବରେ ଇଣ୍ଟରନେଟରେ ସେୟାର କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button