ଦେଶ- ବିଦେଶ

ଅଧୀର Vs ୟୁସୁଫ TMCର ତାଲିକା ପ୍ରକାଶ ପରେ ଚିନ୍ତାରେ କଂଗ୍ରେସ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ସମସ୍ତ ୪୨ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ତାଲିକାରେ ବହରମପୁର ଆସନ ମଧ୍ୟ ଅନ୍ତର୍ଭୁକ୍ତ। ଏହା ହେଉଛି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଆସନ। ଏଠାରେ ଚୌଧୁରୀଙ୍କ ଦବଦବା ଆଗରୁ ରହିଆସିଛି । କିନ୍ତୁ ଆଜିର ଲିଷ୍ଟ ପରେ ଲାଗୁଛି ରାଜନୈତିକ ଅଙ୍କ କିଛିଟା ବଦଳିପାରେ ।

ସୂଚନାମୁତାବକ ପଶ୍ଚିମବଙ୍ଗରେ କଂଗ୍ରେସ ଏକ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। ଅଲଗା ନିର୍ବାଚନ ଘୋଷଣା ସହିତ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଶେଷ କଥା ହେଉଛି ବହରମପୁର ସିଟରୁ କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ ଦେଇଛନ୍ତି। ଏହି ଆସନରୁ ସାଂସଦ ହେଉଛନ୍ତି ଆଧୀର ରଂଜନ ଚୌଧୁରୀ। ଏଠାରେ ତାଙ୍କର ଦବଦମା ରହିଛି । ୧୯୯୯ ରୁ ସେ ଏଠାରୁ ସାଂସଦ ରହିଆସିଛନ୍ତି। ବିଶ୍ୱାସ କରାଯାଏ ଯେ ୟୁସୁଫ ପଠାନଙ୍କ ପ୍ରବେଶ ସହିତ ଏହି ଆସନରେ ପ୍ରତିଯୋଗିତା ଆକର୍ଷଣୀୟ ହୋଇପାରେ। ଦେଖିବାକୁ ବାକି ରହିଲା ଏଥର ରାଜନୈତିକ ଗୋଟି ଚାଳନାରେ ମମତା ହୁଏତ କଂଗ୍ରେସକୁ ପାଣି ପାଆଇ ପାରନ୍ତି ।

ବାସ୍ତବରେ, ଅଧୀର ରଂଜନ ଚୌଧୁରୀ ପ୍ରତ୍ୟେକ ପ୍ରସଙ୍ଗରେ ମମତା ସରକାରଙ୍କୁ ଘେରି ରହିଛନ୍ତି। ଯେତେବେଳେ ବଙ୍ଗଳାରେ ଆସନ ବାଣ୍ଟିବା ନେଇ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ଆଲୋଚନା ଚାଲିଥିଲା ସେତେବେଳେ ମଧ୍ୟ ଏହି ବିବାଦ ଦେଖାଦେଇଥିଲା। ଟିଏମସି ନେତାମାନେ ମଧ୍ୟ କଂଗ୍ରେସ ସହ ମେଣ୍ଟ ନହେବା ପଛର କାରଣ ଅଧୀର ରଂଜନ ଚୌଧୁରୀଙ୍କୁ କହିଛନ୍ତି। ବର୍ତ୍ତମାନ ମମତା ପ୍ରସିଦ୍ଧ କ୍ରିକେଟର ୟୁସୁଫ ପଠାନଙ୍କୁ ଅଧୀର ରଂଜନ ଙ୍କ ବିରୋଧରେ ଛିଡା କରିଛନ୍ତି । କହିବାକୁ ଗଲେ ମମତା ଏଠି କ୍ରିକେଟ ଟ୍ରମ୍ପ କାର୍ଡ ଖେଳିଛନ୍ତି ।

୨୦୧୧ ଜନଗଣନା ଅନୁଯାୟୀ, ବହରମପୁର ଲୋକସଭା ଆସନରେ ପ୍ରାୟ ୫୨% ମୁସଲମାନ ଭୋଟର ଅଛନ୍ତି। ଯେଉଁଠାରେ ୧୩.୨% SC ଏବଂ ୦.୯% ST ଭୋଟର ଅଛନ୍ତି । ଏଭଳି ପରିସ୍ଥିତିରେ କଂଗ୍ରେସର ମୁସଲିମ ଭୋଟ୍କୁ ଏହି ଆସନରୁ କାଟିଦେବା ପାଇଁ ମମତା ବାନାର୍ଜୀ ଜଣେ ମୁସଲମାନ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି।

ସୂଚନା ମୁତାବକ ପଶ୍ଚିମବଙ୍ଗରେ ୨୦ ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବହରମପୁର ଆସନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି । ବିଜେପି ଏଠାରୁ ନିର୍ମଳ କୁମାର ଶାହାଙ୍କୁ ମୈଦାନକୁ ଓହ୍ଲାଇଛି । ଏହି ଆସନ ପାଇଁ ଏବେ ୩ଦଳ ତାଙ୍କର ପ୍ରାର୍ଥୀ ଦେଇ ସାରିଛନ୍ତି ।

ବହରମପୁର ୧୯୯୯ ରୁ ଅଧୀରଙ୍କ ଗଡ ହୋଇ ରହିଛି । ସେ ଲଗାତାର ୫ଥର ଏହି ଆସନରୁ ନିର୍ବାଚନ ଜିତିଛନ୍ତି ଯାହା କୌଣସି ଛୋଟ କଥା ନୁହେଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button