ଦେଶ- ବିଦେଶ

ଇସ୍ରାଏଲ ଆଗରେ ହମାସର କଠୋର ସର୍ତ୍ତ : ୩୫ ବନ୍ଧକ ବଦଳରେ ୧୦୦୦ ଆତଙ୍କବାଦୀ

ଗାଜା: ଗାଜାରେ ଶାନ୍ତି ଘୋଷଣା କରାଯାଇଛି। ଇସ୍ରାଏଲ ଓ ହମାସ ଯୁଦ୍ଧ ଶେଷ କରିବାକୁ ରାଜି ହୋଇଛନ୍ତି। କତାର ରାଜଧାନୀରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। କିନ୍ତୁ ହମାସ ସହ ହୋଇଥିବା ଚୁକ୍ତି ପାଇଁ ଇସ୍ରାଏଲକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ।

ଶାନ୍ତି ଚୁକ୍ତି ଅଧୀନରେ ସ୍ଥିର ହୋଇଥିବା ଫର୍ମୁଲାରୁ ସ୍ପଷ୍ଟ ହେଉଛି ଯେ ଇସ୍ରାଏଲ ନିଜ ନାଗରିକଙ୍କୁ ବଞ୍ଚାଇବା ପାଇଁ ସବୁକିଛି ବାଜି ଲଗାଇଛି। ଜଣେ ୨ ବର୍ଷର ଇସ୍ରାଏଲ ବାଳକ ବଦଳରେ ୩୦ ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ହାମାସ ଦାବି କରିଛି। ସେହିପରି ଜଣେ ମା’ ଓ ତାଙ୍କ ପିଲାଙ୍କ ବଦଳରେ ୧୦୦ ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ କୁହାଯାଇଛି। ଏହିପରି ୩୫ ଜଣ ବନ୍ଧକଙ୍କ ବଦଳରେ ମୋଟ ୧୦୦୦ ଆତଙ୍କବାଦୀଙ୍କୁ ଛାଡ଼ିବାକୁ ହମାସ ଦାବି କରିଛି ।

ତେବେ ଏହି ପିଲା ଓ ସେମାନଙ୍କ ମା’ ସଂପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ହମାସ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଇନାହିଁ। ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଦୋହାରେ ହାମାସ ଓ ଇସ୍ରାଏଲ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ ଶପଥ ଗ୍ରହଣ କରିବା ଦିନ କିଛି ଆତଙ୍କବାଦୀଙ୍କୁ ମୁକ୍ତ କରାଯାଇପାରେ। ଇସ୍ରାଏଲ ନିଜ ନାଗରିକଙ୍କ ସୁରକ୍ଷା ପାଇଁ କିଛି ବି କରିବ ବୋଲି ହାମାସ୍ ଭଲ ଭାବେ ଜାଣିଛି। ପୂର୍ବରୁ ବି ବନ୍ଧକଙ୍କ ବଦଳରେ ଇସ୍ରାଏଲ । ଇସ୍ରାଏଲ ତା’ର ନାଗରିକଙ୍କ ବଦଳରେ ଆତଙ୍କବାଦୀଙ୍କୁ ମୁକ୍ତ କରିସାରିଛି। ସେହି ଅଭିଜ୍ଞତାକୁ ଆଧାର କରି ହାମାସ ପୁଣି ଥରେ ଇସ୍ରାଏଲର ୩୫ ଜଣ ବନ୍ଧକଙ୍କ ବଦଳରେ ୧୦୦୦ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ଦାବି କରିଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button