ଧାରାବୀ ବସ୍ତି ପେଣ୍ଟରଙ୍କ ପୁଅ ହେଲେ ସେନା ଅଫିସର – Kalinga News

[ad_1]
ନୂଆଦିଲ୍ଲୀ : ମୁମ୍ବାଇର ଧାରାବୀ ବସ୍ତିରେ ଅତି ସଂଘର୍ଷ ଭିତରେ ବଢ଼ିଥିବା ଉମେଶ କିଲ୍ଲୁ ଆଜି ସେନା ଅଫିସର। ଲେପ୍ଟନାଣ୍ଟ ଉମେଶଙ୍କ ବାପା ହେଉଛନ୍ତି ଜଣେ ପେଣ୍ଟର। ସେ ଧାରାବୀର ସିଓନ କୋଲିୱାଡ଼ା ବସ୍ତିରେ ଜନ୍ମ ହୋଇଛନ୍ତି ଏବଂ ବଢ଼ିଛନ୍ତି। ତେବେ ବହୁ ସଂଘର୍ଷ ମଧ୍ୟରେ ସେ ସେନାରେ ଯୋଗ ଦେବାର ସ୍ବପ୍ନ ତାଙ୍କର ପୂରଣ ହୋଇଛି। ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମିରୁ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭାରତୀୟ ସେନାରେ ସେ କମିସନ୍ଡ ଅଫିସର ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଛନ୍ତି। ଉମେଶ କିଲୁଙ୍କ ପରିବାରରେ ମୋଟ୍ ୪ ଜଣ ସଦସ୍ୟ। ସେମାନେ ଗୋଟିଏ ବଖରା ଘରେ ରହନ୍ତି। ଉମେଶ କିଲୁଙ୍କ ବାପା ହେଉଛନ୍ତି ପରିବାରରେ ଏକମାତ୍ର ରୋଜଗରିଆ। ସେ ପେଣ୍ଟର ଭାବେ କାମ କରନ୍ତି। ପେଣ୍ଟର ହେଲେ ମଧ୍ୟ ୨ ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ତାଙ୍କର ଲକ୍ଷ୍ୟ ଥିଲା । କିନ୍ତୁ ଅସୁସ୍ଥତା ତାଙ୍କ ବାଟରେ ବାଧା ସାଜିଲା। ୨୦୧୩ରେ ତାଙ୍କୁ ଷ୍ଟ୍ରୋକ୍ ହେବାପରେ ତାଙ୍କ ଶରୀର ପକ୍ଷାଘାତରେ ଶିକାର ହେଲା। ଫଳରେ ପରିବାରର ଏକମାତ୍ର ରୋଜଗାର ଉତ୍ସ ବନ୍ଦ ହୋଇଗଲା। ଉମେଶ ସାଇବର କାଫରେ କାମ କରି ପରିବାର ପୋଶିଲେ।
[ad_2]