ଦେଶ- ବିଦେଶ

ଉତ୍ତର କୋରିଆ ସହ ମିଶି ବଡ଼ ଧରଣର ପ୍ରସ୍ତୁତିରେ ଋଷ, ୟୁକ୍ରେନ୍ ସେନା ଉପରେ ଆକ୍ରମଣ କରିପାରନ୍ତି ୫୦ ହଜାର ସୈନିକ

ନୂଆଦିଲ୍ଲୀ,୧୧।୧୧: ୟୁକ୍ରେନ୍ ସେନା ବିରୋଧରେ ବଡ଼ ଧରଣର ରଣନୀତି ତିଆରି କରୁଛି ଋଷ। କୁର୍ସ୍କ ସହରରେ ଥିବା ୟୁକ୍ରେନ୍ର ସାମରିକ ଆଡ୍ଡା ଉପରେ ବଡ଼ ଧରଣର ଆକ୍ରମଣ ପ୍ରସ୍ତୁତିରେ ରହିଛି ଋଷ। ଏଥିପାଇଁ ଋଷ ଉତ୍ତର କୋରିଆ ସୈନିକଙ୍କ ସହ ହଜାର ହଜାର ସୈନିକ ଏକାଠି କରିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଳାଡିମିର ଜେଲେନସ୍କି ଗୁରୁବାର କହିଛନ୍ତି, ପ୍ରାୟ ୧୧ ହଜାର ଉତ୍ତର କୋରିଆ ସୈନିକ ତାଙ୍କ ଅଞ୍ଚଳରେ ଅଛନ୍ତି।

ଯେଉଁଠି ଋଷ ଅଞ୍ଚଳରେ ୟୁକ୍ରେନ୍ର ତିନି ମାସର ସେନା ଅନୁପ୍ରବେଶ ରୋକି ଦିଆଯାଇଥିଲା। ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ କୁହାଯାଇଛି ଯେ, ପ୍ରାୟ ୫୦ ହଜାର ଋଷ ଓ ଉତ୍ତର କୋରିଆ ସୈନିକ ଆକ୍ରମଣରେ ଭାଗ ନେବାକୁ ପ୍ରସ୍ତୁତ ଅଛନ୍ତି।

ୟୁକ୍ରେନ୍ କମାଣ୍ଡର ସିଏନ୍ଏନ୍କୁ କହିଛନ୍ତି, ଉତ୍ତର କୋରିଆର ସୈନିକ କୁର୍ସ୍କରୁ ସିଧା ଯୁଦ୍ଧା ଅଭିଯାନରେ ଭାଗ ନେଉଛନ୍ତି। ସେମାନେ ଋଷର ପଡୋଶୀ ବେଲଗୋରୋଡ ଓ ଋଷ ଅଧିକୃତ ୟୁକ୍ରେନର ଅଞ୍ଚରରେ ମଧ୍ୟ ପ୍ରତିରକ୍ଷା ଅଭିଯାନର ଅଂଶ ରହିବେ। ଏବେ କୁର୍ସ୍କରେ ସିଧା ଭାବରେ ଓ୍ବାର ଅପରେସନ୍ର ପ୍ରସ୍ତୁତି ଚାଲିଛି। ଋଷରେ ମୁତୟନ ଉତ୍ତର କୋରିଆର ସୈନିକଙ୍କୁ ଯୁଦ୍ଧ ମୈଦାନରେ ପହଁଞ୍ଚିବା ପୂର୍ବରୁ ଜେଲେନସ୍କି ସତର୍କ ଅଛନ୍ତି। ସେ ନିଜ ସହଯୋଗୀ ଦେଶକୁ ଆବଶ୍ୟକୀୟ ପଦକ୍ଷେପ ଉଠାଇବାର ଅପିଲ କରିସାରିଛନ୍ତି।

ୟୁକ୍ରେନ୍ କମାଣ୍ଡର କହିଛନ୍ତି, ଉତ୍ତର କୋରିଆର ସୈନିକ କୁର୍ସ୍କରେ ସିଧା ଯୁଦ୍ଧ ଅଭିଯାନରେ ଭାଗ ନେଉଛି। ସେ ଋଷର ପଡୋଶୀ ବେଲଗାରୋଡ ଓ ଋଷ ଅଧିକୃତ ୟୁକ୍ରେନ୍ରେ ମଧ୍ୟ ପ୍ରତିରକ୍ଷା ଅଭିଯାନର ଅଂଶ ରହିଛି। ଏବେ କୁର୍ସ୍କରେ ସିଧାସଳଖ ଓ୍ବାର ଅପରେସନ୍ର ପ୍ରସ୍ତୁତି ଚାଲିଛ। ଜେଲେନସ୍କି ନିଜ ସହଯୋଗୀ ଦେଶକୁ ସତର୍କ ରହିବାକୁ କହିଛନ୍ତି। ସେହି ଶିବିର ଉପରେ ୟୁକ୍ରେନ୍ ଆକ୍ରମଣ କରିବାର ସମ୍ଭାବନା ରହିଛି, ଯେଉଁଠି ଉତ୍ତର କୋରିଆର ସୈନିକଙ୍କୁ ଟ୍ରେନିଂ ଦିଆଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button