ଦେଶ- ବିଦେଶ

ନିର୍ବାଚନର କିଛି ସପ୍ତାହ ପୂର୍ବରୁ ନିର୍ବାଚନ କମିସନରଙ୍କ ଅରୁଣ ଗୋଏଙ୍କ ଇସ୍ତଫା ଗଭୀର ଭାବେ ଚିନ୍ତାଜନକ : ବିରୋଧୀ – Kalinga News

[ad_1]

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। କିନ୍ତୁ ଏହାର ମାତ୍ର କିଛି ଦିନ ପୂର୍ବରୁ ନିର୍ବାଚନ କମିସନର ଅରୁଣ ଗୋଏଲ ଆଜି ଇସ୍ତଫା ଦେଇଛନ୍ତି। ଦେଶର ୩ ସଦସ୍ୟ ବିଶିଷ୍ଟ ନିର୍ବାଚନ କମିସନରେ ଏବେ ମାତ୍ର ଜଣେ ସକ୍ରିୟ ସଦସ୍ୟ ରହିଲେ। ସେ ହେଉଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର। ତେବେ ନିର୍ବାଚନର ମାତ୍ର କିଛି ସପ୍ତାହ ପୂର୍ବରୁ ନିର୍ବାଚନ କମିସନରଙ୍କ ଇସ୍ତଫାକୁ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି। ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ଇସ୍ତଫା ପରେ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ଉକ୍ତ ପ୍ରସଙ୍ଗରେ ସରକାରଙ୍କଠାରୁ ଯୁକ୍ତିଯୁକ୍ତ କାରଣ ଚାହିଛନ୍ତି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏହା ‘ଇଲେକ୍ସନ କମିସନ୍ ନା’ ଇଲେକ୍ସନ ଓମିସନ୍’। ଦେଶରେ ଏବେ ମାତ୍ର ଜଣେ ନିର୍ବାଚନ କମିସନର ରହିଲେ। ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଅଛି। ତେଣୁ ଏବେ କାହିଁକି। ମୁଁ ପୂର୍ବରୁ ଯେମିତି କହିଥିଲି ଯେ ଆମର ସ୍ବାଧୀନ ଅନୁଷ୍ଠାନ ଗୁଡ଼ିକର ବ୍ୟବସ୍ଥିତ ବିଲୋପକୁ ଆମେ ଯଦି ନଅଟକାଇବା ତେବେ ଆମର ଗଣତନ୍ତ୍ର ଏକଛତ୍ରବାଦ ଦ୍ବାରା ଦଖଲ ହେବ। ଖଡ଼ଗେ କହିଛନ୍ତି ନିର୍ବାଚନ କମିସନ ହେଉଛି ପତନ ହେବାକୁ ଥିବା ଆମର ଶେଷ ସାମ୍ବିଧାନିକ ଅନୁଷ୍ଠାନ। ନିର୍ବାଚନ କମିସନର ଚୟନ କରିବା ପ୍ରକ୍ରିୟା ଶାସକ ଦଳ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ କ୍ଷମତା ଦେଇଥିଲେ ସୁଦ୍ଧା ନୂଆ ନିର୍ବାଚନ କମିସନର କାହିଁକି ନିଯୁକ୍ତ ହୋଇନାହାନ୍ତି। ମୋଦୀ ସରକାର ସଠିକ ଭାବେ ଏହାର ଉତ୍ତର ଦେବା ଦରକାର। ଟିଏମସି ସାଂସଦ ସକେତ ଗୋଖେଲ କହିଛନ୍ତି, ଏହା ଅତ୍ୟନ୍ତ ଚିନ୍ତାଜନକ। ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବାବେଳେ ମୋଦୀ ଏବେ ୨ ଜଣ ନିର୍ବାଚନ କମିସନରଙ୍କୁ ନିଯୁକ୍ତ କରିଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି। କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ କହିଛନ୍ତି, ନିର୍ବାଚନ କମିସନ ଭଳି ସାମ୍ବିଧାନିକ ଅନୁଷ୍ଠାନରେ କୌଣସି ସ୍ବଚ୍ଛତା ନାହିଁ। କେନ୍ଦ୍ର ସରକାର ନିର୍ବାଚନ କମିସନ ଭଳି ସାମ୍ବିଧାନିକ ଅନୁଷ୍ଠାନ ଉପରେ ଚାପ ପକାଉଛନ୍ତି ବୋଲି ବେଣୁଗୋପାଳ ଅଭିଯୋଗ କରିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button