ଦେଶ- ବିଦେଶ

୬ମାସ ତଳେ ସହକର୍ମୀଙ୍କୁ ଦୁର୍ଷ୍କମ କରିଥିଲେ; ବନ୍ଧା ହେଲେ ଆଇଟି ଇଂଜିନିୟର

ବିବାହର ପ୍ରତିଶ୍ରୁତି ଦେଇ ସହକର୍ମୀଙ୍କୁ ଦୁର୍ଷ୍କମ କରିଥିଲେ ଆଇଟି ଇଂଜିନିୟର। ଘଟଣା ପରଠୁ ଫେରାର ଥିଲେ। ୬ମାସ ପରେ ଇଂଜିନିୟର ଜଣଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁବାସ ନାୟକ।

ସୁବାସ ନିଜ ଅଫିସର ଜଣେ ସହକର୍ମୀଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ।

ଏହି ନେଇ ଜୁନ ମାସରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ଘଟଣା ପରଠାରୁ ଫେରାର ଥିଲେ ଅଭିଯୁକ୍ତ ସୁବାସ। ଫେରାର ଥିବା ସମୟରେ କୋର୍ଟରେ ଜାମିନ ଆବେଦନ କରିଥିଲେ ସୁବାସ। ହେଲେ କୋର୍ଟ ସୁବାସଙ୍କ ଜାମିନକୁ ନାମଞ୍ଜୁର କରିଥିଲେ।

ଶେଷରେ ୬ମାସ ପରେ ସୁବାସ ଭୁବନେଶ୍ୱର କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପୁଲିସ ସୁବାସଙ୍କୁ ଗିରଫ କରିଛି। ପରେ ଆଇଟି ଇଂଜିନିୟରଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରି ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button